ସମ୍ବଲପୁର : ଗଞ୍ଜେଇ ଚୋରା ଚାଲାଣ ବେଳେ ସ୍କର୍ପିଓ ଭିତରୁ ମିଳିଲା ବିପୁଳ ପରିମାଣରେ ରୁପା । ଏହାର ଓଜନ ପାଖାପାଖି ପ୍ରାୟ ଏକ କ୍ୱିଣ୍ଟାଲ ୧୦ କେଜି ଥିବାବେଳେ ମୂଲ୍ୟ ଏକ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଗୁରୁବାର ସମ୍ବଲପୁର ରେଙ୍ଗାଲି ତହସିଲ୍ କାର୍ଯ୍ୟାଳୟ ଛକ ନିକଟରେ ଏହା ଦେଖିବାକୁ ମିଳିଛି ।
ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ଟିମ୍ ରୁପା ଜବତ କରିଛି । ଆଜି ଅପରାହ୍ନରେ ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ନିକଟରେ ମହାରାଷ୍ଟ୍ର ନମ୍ବର ପ୍ଲଟ ଥିବା ଏକ ସ୍କୋର୍ପିଓ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା ରେଙ୍ଗାଲି ଅବକାରୀ ବିଭାଗ । ଏହି ସମୟରେ ଗାଡି ଭିତରେ ସିକ୍ରେଟ୍ ଚାମ୍ବର ଭିତରେ ବିପୁଳ ପରିମାଣରେ ରୂପା ଥିବା ଦେଖିବାକୁ ମିଳିଥିଲା । ଗାଡିଟି ଛତିଶଗଡ଼ ରାୟପୁରରୁ ଚୋରା ରୂପା ନେଇ କଲକୋତା ଅଭିମୁଖେ ଯାଉଥିଲା । ଏହି ଘଟଣାରେ ଅବକାରୀ ବିଭାଗ ଜିଏସ୍ଟି ବିଭାଗକୁ ଖବର ଦେଇଥିଲା। ତଦନ୍ତ ପାଇଁ ରେଙ୍ଗାଳିରେ ପହଞ୍ଚିଛନ୍ତି ଜିଏସଟି ଅଧିକାରୀ । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି ।

 
			 
						
Comments are closed.