ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ସମ୍ରାଟ୍‌ ପୃଥ୍ୱୀରାଜ

ଅକ୍ଷୟ କୁମାରଙ୍କ ଫିଲ୍ମ ସମ୍ରାଟ ପୃଥିରାଜ ଥିଏଟର ପରେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ମାନୁଷୀ ଚିଲ୍ଲର, ଅକ୍ଷୟ କୁମାର, ସୋନୁ ସୁଦ ଏବଂ ସଞ୍ଜୟ ଦତ୍ତ । ୟଶରାଜ ବ୍ୟାନର ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରପ୍ରକାଶ ଦ୍ୱିବେଦୀ । କହିବାକୁ ଗଲେ ଏହା ବକ୍ସ ଅଫିସରେ ସେତେ ହିଟ୍‌ ହୋଇପାରି ନାହିଁ । ତେବେ ଓଟିଟି ପ୍ଲାଟଫର୍ମରେ ଏହା କିପରି ଦର୍ଶକଙ୍କ ପ୍ରତିକ୍ରିୟା ପାଇବ ତାହା ଦେଖିବାକୁ ନିର୍ମାତା ଓ ଦର୍ଶକ ଅପେକ୍ଷାରେ । ଏହି ଚଳଚ୍ଚିତ୍ରର କାହାଣୀ ହିନ୍ଦୁ ସମ୍ରାଟ ପୃଥିରାଜ୍‌ ଚୌହାନଙ୍କ ଜୀବନୀ ଉପରେ ଆଧାରିତ । ଏହା ଆମାଜନ ପ୍ରାଇମ ଭିଡିଓରେ ଜୁଲାଇ ୧ ତାରିଖରେ ରିଲିଜ୍‌ ହେବ । ଏହା ହଲରେ ରିଲିଜ୍‌ ହେବା ମାସେ ବି ହୋଇନାହିଁ । ଫିଲ୍ମର ଓଟିଟି ରିଲିଜ ହେବା ନେଇ ଅକ୍ଷୟ କୁମାର ନିଜେ ସୂଚନା ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ମୁଁ ମୋର ୩ ଦଶନ୍ଧିର କ୍ୟାରିଅରରେ ଏପରି ଐତିହାସିକ ଭୂମିକା କେବେ କରିନାହିଁ । ପରଦାରେ ସମ୍ରାଟ ପୃଥିରାଜ ଚୌହାନଙ୍କ ଭୂମିକାରେ ଅଭିନୟ କରିବା ଏକ ଗୌରବର ବିଷୟ । ୧ ଜୁଲାଇରେ ଆମାଜନ ପ୍ରାଇମ ଫିଲ୍ମ ଷ୍ଟ୍ରିମିଂ ପାଇଁ ମୁଁ ବହୁତ ଉତ୍ସାହିତ । ମୁଁ ଖୁସି ଯେ ଏହି ମାଧ୍ୟମରେ ସମ୍ରାଟ ପୃଥିରାଜଙ୍କ କାହାଣୀ ସମଗ୍ର ବିଶ୍ୱରେ ପହଞ୍ଚିବ ।

Govt

Comments are closed.