ଫିଲ୍ମଫେୟାର ‘ଓଟିଟି ଆୱାର୍ଡ ୨୦୨୧’

ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରୀର ଟପ୍‌ ଆୱାର୍ଡ ମଧ୍ୟରେ ସାମିଲ ଫିଲ୍ମଫେୟାର ବର୍ଷ ୨୦୨୧ ପାଇଁ ଓଟିଟି ପୁରସ୍କାର ଘୋଷଣା ହୋଇଛି । ଗୁରୁବାର ଅନୁଷ୍ଠିତ ସମାରୋହରେ ସ୍କାମ୍‌ ୧୯୯୨ ଏବଂ ଦ ଫ୍ୟାମିଲି ମ୍ୟାନ୍‌-୨ େୱବ୍‌ ସିରିଜ୍‌ ବାଜି ମାରିଛି । ଏହି ଦୁଇଟି ଲୋକପ୍ରିୟ େୱବ୍‌ ସିରିଜ୍‌ ସର୍ବାଧିକ ପୁରସ୍କାର ସାଉଁଟିବାରେ ସଫଳ ହୋଇଛନ୍ତି ।
 ଫିଲ୍ମଫେୟାର ‘ଓଟିଟି ଆୱାର୍ଡ ୨୦୨୧’

ସ୍କାମ୍‌ ୧୯୯୨ ଭିନ୍ନ ଭିନ୍ନ କ୍ୟାଟାଗୋରୀରେ ମୋଟ ୧୨ ପୁରସ୍କାର ଜିତିଥିବା ବେଳେ ‘ଦ ଫ୍ୟାମିଲି ମ୍ୟାନ୍‌-୨’ ମୋଟ୍‌ ୬ଟି ପୁରସ୍କାରକୁ ନିଜ ନାଁରେ କରିଛି । ଏହାସହ ଶ୍ରେଷ୍ଠ ଅଭିନେତା ଭାବେ ପ୍ରତୀକ ଗାନ୍ଧୀ ଏବଂ ମନୋଜ ବାଜପେୟୀ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ବେଷ୍ଟ୍‌ ଆକଫର ଡ୍ରାମା ସିରିଜ୍‌ର ମହିଳା କ୍ୟାଟାଗୋରିରେ ସାମନ୍ଥାଙ୍କୁ ଦ ଫ୍ୟାମିଲି ମ୍ୟାନ୍‌-୨ ପାଇଁ ଏବଂ ମହାରାଣୀ ସିରିଜ୍‌ ପାଇଁ ହୁମା କୁରେଶୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।
Award-2021-Scam-1992-became-the-best-series
ସହାୟକ ଅଭିନେତ୍ରୀ ଭାବେ ରାଧିକା ମଦାନ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ଅଜିବ ଦାସ୍ତାଁ ପାଇଁ କୋଙ୍କଣା ସେନ୍‌ ଏବଂ ସିରିଅସ୍‌ ମ୍ୟାନ୍‌ ପାଇଁ ନୱାଜଦ୍ଦୁନି ସିଦ୍ଧିକିଙ୍କୁ କ୍ରମାଗତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସମ୍ମାନିତ କରାଯାଇଛି । ଏଥିସହ ବେଷ୍ଟ୍‌ କମେଡି ସିରିଜ୍‌ ପାଇଁ ସ୍ପେଶାଲ୍‌ ଆୱାର୍ଡ ଭାବେ ଗୁଲ୍ଲକ ସିଜନ-୨ ପୁରସ୍କାର ଜିତିଥିବା ବେଳେ କମେଡି କ୍ୟାଟାଗୋରିରେ ଗୀତାଞ୍ଜଳି କୁଳକର୍ଣ୍ଣୀ ଏବଂ ଜମିଲ ଖାନଙ୍କୁ ଶ୍ରେଷ୍ଠ କଳାକାର ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.