ଭୁବନେଶ୍ୱର/ବଲାଙ୍ଗିର: ଓଡ଼ିଆ ଝିଅ ଡ଼. କାଜଲ ମହାପାତ୍ର ଫେସନ୍ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ଜାତୀୟ ସ୍ତରରେ କମାଲ ଦେଖାଇଛନ୍ତି । ଆଗ୍ରାଠାରେ ଦି ରିଟ୍ରିଟରେ ଜୁନ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଫେସନ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ନିଜର ଦକ୍ଷତା ବିଚକ୍ଷଣତା ଓ ବୁଦ୍ଧିମତାର ପ୍ରମାଣ ଦେଇ ବିଜେତା ହୋଇଛନ୍ତି । ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବଛା ବଛା ୬୦ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ । ପ୍ରତିଯୋଗୀଙ୍କ ବିଭିନ୍ନ ଗୁଣାତ୍ମକ ଦକ୍ଷତାକୁ ନେଇ ହୋଇଥିବା ଆୟୋଜନରେ ଶେଷରେ କାଜଲ ସମସ୍ତଙ୍କୁ ପଛରେ ପକାଇ ଓଡ଼ିଶାର ଟେକ ରଖିଛନ୍ତି । କାଜଳ ଏବେ ମନିପାଲ ବିଶ୍ୱ ବିଦ୍ୟାଳୟରେ ଜଣେ ଡ଼ାକ୍ତର ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ପିଲ ଦିନରୁ କାଜଲଙ୍କ ଫେସନ ପ୍ରତି ରୁଚି ରହିଥିବାବେଳେ ଛାତ୍ର ସମୟରେ ବିଭିନ୍ନ ପ୍ରତିଯୋଗୀତାରେ ପୁରସ୍କୃତ ହୋଇଛନ୍ତି ।
ଆଗକୁ ଥାଇଲାଣ୍ଡରେ ହେବାକୁ ଥିବା ଗ୍ଳୋବାଲ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପାଇଁ କାଜଲ ପ୍ରସ୍ତୁତି ହେଉଥିବା ବେଳେ ନିଜର ମେଧା ଶକ୍ତିକୁ ଆହୁରି ଶାଣିତ କରିଛନ୍ତି । ତାଙ୍କ ବାପା ପ୍ରମୋଦ କୁମାର ମହାପାତ୍ର ପୂର୍ବତନ ରାଜ୍ୟ ସରକାରଙ୍କ ସମବାୟ ବିଭାଗର ଡ଼ିଆରସିଏସ ଥିବାବେଳେ ମାତା ବେବି ସତପଥୀ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ଅଣ୍ଡର ସେକ୍ରେଟେରୀରୁ ଅବସର ନେଇଛନ୍ତି । କାଜଲଙ୍କ ସଫଳତାରେ ଉଭୟେ ବାପା ମାଆ ବହୁତ ଖୁସି ଥିବା ବେଳେ ସବୁବେଳେ ପ୍ରେରଣା ଯୋଗାଇ ଆସୁଛନ୍ତି ।

Comments are closed.