ଦୁଇମାସ ଭିତରେ ସ୍କୁଲ ଖୋଲିବ: ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ହାଇକୋର୍ଟ

କଟକ: ଫେବୃଅରୀ ୨: ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାକୁ ବିଚାର କରି କୋର୍ଟ ତା’ର ନିଷ୍ପତି ଶୁଣାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ହ ୍ରାସ ପାଉଥିବାରୁ କଟକଣା କୋହଳ କରୁଛନ୍ତି ସରକାର । ହେଲେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତି ହୋଇନି । ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢାରେ ଡୋରି ଲାଗିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଦୁଇ ବର୍ଷ ହେଲା ସ୍କୁଲକୁ ଯାଇନାହାନ୍ତି । କେବେ ସ୍କୁଲ ଖୋଲିବ, ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ଆଗକୁ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହାତରେ କମ୍‌ ସମୟ ଥିବାରୁ ସିଲାବସ୍‌ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ବାକି ସିଲାବସ୍‌ ପାଠପଢା କେବେ ସରିବ ଏବଂ କିଭଳି ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.