ଭୁବନେଶ୍ୱର : ପ୍ରକାଶ ପାଇଲା ଓପିଏସସି ପରୀକ୍ଷା ଫଳ । ଏଥିରେ ପ୍ରିୟାଂଶୁ ପାଲ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅନନ୍ୟା ମିଶ୍ର ଏବଂ ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ ରହିଛନ୍ତି । ସେହିଭଳି ୬ଷ୍ଠ ସ୍ଥାନରେ ରହିଛନ୍ତି ଅନ୍ତିମ । ସମୁଦାୟ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୪୪ ଜଣ ମହିଳା ଅଛନ୍ତି । ଅନ୍ୟପଟେ ପ୍ରଥମ ୧୦ ଜଣଙ୍କ ମଧ୍ୟରୁ ଜଣେ ମାତ୍ର ମହିଳା ସ୍ଥାନ ପାଇଥିବା ସୂଚନା ମିଳିଛି ।
ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ବିଦ୍ୟାର୍ଥିମାନେ ହେଲେ :
୧-ପ୍ରିୟାଂଶୁ ପାଲ
୨-ଅନନ୍ୟା ମିଶ୍ର
୩-ଶୋଭନ ପଟ୍ଟନାୟକ
୪-ମିର୍ଜା ଫଏଦ କାଦରୀ
୫-ଚିନ୍ମୟ ସାହୁ
୬- ଅନ୍ତିମ ସ୍ୱାଇଁ
୭-ଶୈଳେଶ ଭୋଇ
୮-ମହମ୍ମଦ ନାଜିମ ହାତିଫ
୯-ଚିନ୍ମୟ କୁମାର ପାଢ଼ୀ
୧୦-ମିଳନ ମହାପାତ୍ର ।

Comments are closed.