ବାଣୀବିହାର ପରିସରରେ ଅପରେସନ୍ ‘ଅଲ ଆଉଟ’

ଭୁବନେଶ୍ୱର : ବାଣୀବିହାରରେ ଆଜିଠୁ ଅପରେସନ୍ ‘ଅଲ ଆଉଟ’ । ‘ଅପରେସନ ବ୍ଲୁ ଷ୍ଟାର’ ଜରିଆରେ ଅଣଛାତ୍ରଙ୍କୁ ତଡ଼ାଯିବା ପରେ ଅଣକର୍ମଚାରୀଙ୍କୁ ତଡ଼ିବାକୁ ଆରମ୍ଭ ହୋଇଛି ‘ଅପରେସନ୍ ଅଲଆଉଟ୍’ ଏଥିପାଇଁ ମୁତୟନ ହେଲେ ୪ ପ୍ଲାଟୁନ ପୋଲିସ ଫୋର୍ସ । ବେଆଇନ ଭାବେ ମାଡ଼ି ବସିଥିବା ଷ୍ଟାଫ କ୍ବାର୍ଟସ୍ ଖାଲି ହେବ । ଷ୍ଟାଫ୍ କ୍ବର୍ଟର୍ସ ଛାଡ଼ିବା ନୋଟିସକୁ ପୂରିଛି କଣ୍ଟ। ୯ ତାରିଖରେ ନୋଟିସ କରିଥିଲା ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଶାସନ। ବାଣୀବିହାର ପରିସରରେ ସରକାରୀ କ୍ୱାଟର୍ସଗୁଡ଼ିକରେ ରହୁଥିବା ଅଣକର୍ମଚାରୀଙ୍କୁ ଗୁରୁବାର ଖାଲି କରାଯାଇଛି । ଆଜି ସକାଳୁ ସକାଳୁ ପୁଣି ଥରେ’ କ୍ୱାଟର୍ସ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗତକାଲି ସଂଧ୍ୟା ୫ଟା ସୁଦ୍ଧା ଅକ୍ତିଆର ହୋଇଥିବା ସମସ୍ତ ଷ୍ଟାଫ୍ କ୍ବାର୍ଟର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଶ୍ବିବିଦ୍ୟାଳୟ କୁଳପତି । କିଛି କ୍ବାର୍ଟର ଖାଲି ହୋଇଥିବା ବେଳେ କିଛି କ୍ବାର୍ଟର ଏବେ ବି ଅକ୍ତିଆରରେ ଅଛି । ହଟାଇବା ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, ପୋଲିସ ଓ ବିଏମସି ମିଳିତ ଭାବେ ଅପରେସନ ଅଲଆଉଟ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି । ବର୍ଷ ବର୍ଷ ଧରି ଯେଉଁମାନେ ଷ୍ଟାଫ୍ କ୍ବର୍ଟର ମାଡ଼ି ବସିଛନ୍ତି, ସେମାନଙ୍କୁ ତଡ଼ିବା ପରେ ବସ୍ତି ଉଛେଦ ଦିଗରେ ପଦକ୍ଷେପ ନିଆଯିବ ।

Launching Ceremony of “AYUSHMAN BHARAT

Comments are closed.