ଏମଏସପି ମାମଲାରେ ବିଧାନସଭାରେ କାଦୁଅ ଫିଙ୍ଗା ରାଜନୀତି

ଭୁବନେଶ୍ୱର: ଜୁଲାଇ ୬: ବିଧାନସଭାରେ ଦେଖାଦେଲାଣି ଏମଏସପି ତାତି । ଏମଏସପିକୁ ନେଇ ବିଷ୍ଣୁ-ରଣେନ୍ଦ୍ର-ତାରା ମୁହାଁମୁହିଁ ହୋଇଛନ୍ତି । ସବୁ କଥାରେ କେନ୍ଦ୍ର ସରକାରଙ୍କ ଉପରକୁ ବିଲ୍‌ ଗଡାଇବା ଠିକ୍‌ ନୁହେଁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି । ସେ କହିଛନ୍ତି, ରାଜ୍ୟର ସବୁ କଥାରେ ମୋ ସରକାର, ମୋ ବସ୍‌, ମୋ ସାଇକେଲ୍‌ କରୁଛନ୍ତି । ଚାଷ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର, ମୋ ଚାଷୀର ଉତ୍ପାଦନ କରୁନାହାନ୍ତି କାହିଁକି । ସବସିଡି ଦେଉଛନ୍ତି, ସବୁ ସହାୟତା କରୁଛନ୍ତି ବୋଲି କହୁଛନ୍ତି । ସରୁ ଚାଉଳର କେତୋଟି ପ୍ଲାଣ୍ଟ ଓଡ଼ିଶାରେ ଅଛି ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ । ବରଗଡ଼ରେ ଯେଉଁ ଶହେ ଟଙ୍କା ବୋନସ୍‌ ଘୋଷଣା କରିଥିଲ ତାହା କୁଆଡେ ଗଲା । ଆନ୍ଧ୍ରପ୍ରଦେଶରୁ ଫୁଲ, ଆଳୁ ଆସୁଛି । ଆନ୍ଧ୍ରରୁ ଫୁଲ ନ ଆସିଲେ ମନ୍ତ୍ରୀଙ୍କ ବେକରେ ମାଳ ପଡ଼ିବନି । ମେଫେୟାରରେ ଯେଉଁ ମକା ଖାଉଛୁ ତାହା ନବରଙ୍ଗପୁରର, ମାତ୍ର ପଲାସାରେ ପ୍ରୋସେସିଂ ହୋଇକି ଆସୁଛି ।ତେବେ ଏପରି ଅନେକ ପ୍ରଶ୍ନରେ ପୋତି ପକେଇଛନ୍ତି ରାଜ୍ୟ ସରକାରଙ୍କୁ । ସେପଟେ ବିଷ୍ଣୁଙ୍କୁ କାଉଣ୍ଟର କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ୨୦୧୪ରେ ଆପଣ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡେ ଗଲା ବୋଲି ପାଲଟା ପ୍ରଶ୍ନ କରିଥିଲେ । ନିଜ ବାକ୍ୟ ନିଜେ ରକ୍ଷା କର । ୨୦୧୭ ପରଠୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ମାତ୍ର ତାହା କାର୍ଯ୍ୟରେ ପରିଣତ ହୋଇ ନାହିଁ । ଅନ୍ୟପଟେ କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହୀନିପତି ଦାବି କରିଛନ୍ତି, ମନ୍ତ୍ରୀ ସଂକଳ୍ପ ଆଣ;ୁ, ସମସ୍ତ ବିଧାୟକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା । ଆଉ ଯଦି ନ ଶୁଣିବେ ତାଙ୍କ ଅଫିସ୍‌ ଆଗରେ ଧାରଣା ଦେବା । ତେବେ ରାଜ୍ୟର ସମସ୍ୟାକୁ ନେଇ କାଦୁଅ ଫିଙ୍ଗା ରାଜନୀତି କରିଛନ୍ତି ବିଧାୟକ ଗୋଷ୍ଠୀ ।

Govt

Comments are closed.