ଏସିବିରେ ଆରମ୍ଭ ହେଲା ଅନଲାଇନ୍‌ ଟିକେଟ୍‌ ବୁକିଂ ସେବା

କଟକ: ମଇ ୦୯: ଏସିବିରେ ଆସିଲା ନୂଆ ସୁବିଧା । ଏଥର କଟକ ବଡ଼ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାର ଟେନସନରୁ ମିଳିବ ନିସ୍ତାର । ଏସିବି ମେଡ଼ିକାଲରେ ଆରମ୍ଭ ହୋଇଛି ଅନଲାଇନ୍‌ ଆଉଟଡୋର୍‌ ରୋଗୀ ପଞ୍ଜିକରଣ ସେବା । ଫଳରେ ଡାକ୍ତରଖାନାର ଟିକେଟ କାଉଣ୍ଟରଗୁଡ଼ିକରେ ଆଉ ରୋଗୀଙ୍କୁ ଧାଡିବାନ୍ଧି ଛିଡ଼ା ହେବାକୁ ପଡ଼ିବ ନାହିଁ । ତେବେ ଏହି ସେବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍‌ ଟିକେଟ୍‌ ବ୍ୟବସ୍ଥା ହୋଇଛି । ଅନଲାଇନ୍‌ ରେ ଏଥିପାଇଁ ଟିକେଟ୍‌ ଉପଲବ୍ଧ ହୋଇଛି । ଏହି ମାଧ୍ୟମରେ ଟିକେଟ କରି ସୁବିଧା ଅନୁଯାୟୀ ଯେ କୌଣସି ସ୍ଥାନରୁ ପ୍ରିଣ୍ଟ୍‌ ବାହାର କରିପାରିବେ । ଏଥିପାଇଁ ନୂଆ ଲିଙ୍କ୍‌ ମାଧ୍ୟମରେ ରୋଗୀମାନେ ନିଜର ନାମ ପଞ୍ଜିକରଣ କରିପାରିବେ । ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍‌ ଆପ୍ଲିକେସନ୍‌ ପ୍ରଦାନ କରିବାକୁ ଯାଉଛନ୍ତି । ଏହି ସୁବିଧା ଦ୍ୱାରା ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି ।

Govt

Comments are closed.