ପିଆଜ ଚିନ୍ତା କମିପାରେ!

ସମୟ ଲାଇଭ୍‍,୨୮/୧୧: ରାଜ୍ୟରେ ମାତ୍ରାଧିକ ପିଆଜ ଦର ବୃଦ୍ଧିପରେ ଖାଉଟିଙ୍କ ନିଦ ହଜିଯାଇଛି। ରୋଷେଇରେ ପିଆଜ ଏକ ଅତ୍ୟାବଶ୍ୟକ ଦ୍ରବ୍ୟ ହୋଇଥିବାବେଳେ ଚିନ୍ତାର କାରଣ ପାଲଟିଥିଲା। ତେବେ ଏନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟକୁ ଆବଶ୍ୟକ ପିଆଜ ଆମଦାନୀ ହୋଇ ପାରୁ ନାହିଁ। ଏପରି ସ୍ଥିତିରେ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ଖାଉଟିଙ୍କୁ ପିଆଜ ଯୋଗାଇ ଦେବାକୁ ଦୋକାନ ଖୋଲିଛନ୍ତି। ୩୦ଟି ଜିଲ୍ଲାରେ ସମୁଦାୟ ଖୋଲାଯାଇଛି ୨୨୭ଟି ଦୋକାନ। ମାତ୍ର ଭିନ୍ନ ଭିନ୍ନ ଦୋକାନରେ ପିଆଜର ଦର ଭିନ୍ନ ଭିନ୍ନ ରହିଛି। ସର୍ବନିମ୍ନ ୫୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୭୭ ଟଙ୍କାରେ ବିକ୍ରି ହେଉଛି ପିଆଜ। ମାଲକାନଗିରିରେ ପିଆଜ ଦର ୫୦ ରହିଥିବା ବେଲେ ଢେଙ୍କାନାଳରେ ପିଆଜ କିଲୋ ପିଛା ରହିଛି ୭୭ ଟଙ୍କା।
ଉଲ୍ଲେଖଯୋଗ୍ୟ, ପିଆଜର ଏଭଳି ଆକାଶ ଛୁଆଁ ଦର ମଧ୍ୟରେ ଶୁକ୍ରବାର କଟକ ଛତ୍ରବଜାରକୁ ପିଆଜ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଫଳରେ ଗତ ୨ ଦିନ ମଧ୍ୟରେ ପିଆଜ ଦର ଆହୁରି ୨୦ ଟଙ୍କା ବଢି କିଲୋ ପିଛା ୧୦୦ ଟଙ୍କା ଛୁଇଁଛି। ଭୁବନେଶ୍ଵର ଆଇଗିଣିଆକୁ ପୂର୍ବରୁ ଶନିବାର ୭ ଗାଡ଼ିରେ ପାଖାପାଖି ୧୫୦ ଟନ ପିଆଜ ଆସିଛି। କିନ୍ତୁ କଟକର ଛତ୍ରବଜାରକୁ ଗୋଟିଏ ହେଲେ ପିଆଜ ଗାଡ଼ି ଆସିନାହିଁ। ଆଇଗିଣିଆରେ ଶୁକ୍ରବାର ପିଆଜ ଦର କ୍ଵିଣ୍ଟାଲ ପିଛା ୬୫୦୦ ରୁ ୭୦୦୦ ଟଙ୍କା ରହିଥିବା ବେଳେ ଶନିବାର ସନ୍ଧ୍ୟାରେ ଏହା ୮୦୦୦ ରୁ ୮୫୦୦କୁ ବୃଦ୍ଧି ଘଟିଥିଲା।

Launching Ceremony of “AYUSHMAN BHARAT

Comments are closed.