ବରଗଡ଼/ସମ୍ବଲପୁର : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳବିବାଦର ଶୀଘ୍ର ସମାଧାନ ନହେଲେ ଆଗାମୀ ଦୁଇବର୍ଷ ପରେ ଏହାର ପ୍ରଭାବ ପଡ଼ିବ । ବରଗଡ଼ ଓ ଏହାର ଆଖାପାଖ ଅଞ୍ଚଳରେ ଭୟଙ୍କର ପାଣି ସମସ୍ୟା ଦେଖାଯିବ । ଏପରିକି ହୀରାକୁଦ ଜଳଭଣ୍ଡାର ଉପରେ ମାତ୍ରାଧିକ ବୋଝ ପଡ଼ିବ । ଯେଉଁଥିପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଠପ୍ ହୋଇଯିବା ନେଇ ଏବେଠୁ ଆଶଙ୍କା ପ୍ରକାଶ ପାଇଛି ।
ବର୍ତ୍ତମାନ କଲ୍ମା ବ୍ୟାରେଜରୁ ଛତିଶଗଡ଼ ସଂପୂର୍ଣ୍ଣ ବନ୍ଦ ରଖିଥିବାରୁ ଓଡ଼ିଶା ପଟେ ମହାନଦୀ ସଂପୂର୍ଣ୍ଣ ଶୁଖିଲା ରହିଛି । ଛତିଶଗଡ଼ର ମନମୁଖି ଜଳ ପରିଚାଳନା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଅଳ୍ପ ପାଣି ପହଞ୍ଚୁଛି । ଆଗକୁ ଛତିଶଗଡ଼ ପୂର୍ଣ୍ଣମାତ୍ରାରେ ନିଜ ବ୍ୟାରେଜଗୁଡ଼ିକ କାର୍ଯ୍ୟକ୍ଷମ କରିବ । ଫଳରେ, ହୀରାକୁଦ ଜଳଭଣ୍ଡାରକୁ ଆହୁରି କମ୍ ପାଣି ପହଞ୍ଚିବାନେଇ ଅନୁମାନ କରାଯାଉଛି । ଫଳରେ, ଗଙ୍ଗାଧର ମେହେର ବୃହତ ଜଳସେଚନ ପ୍ରକଳ୍ପ ଏବଂ ର୍ନିର୍ମାଣାଧିନ ଇଥାନଲ୍ ପ୍ଲାଣ୍ଟ ଉପରେ ଏହାର ପ୍ରଭାବ ପଡ଼ିବ । ଏହାବାଦ୍ ବରଗଡ଼ କେନାଲ୍ ଏବଂ ଅନ୍ୟ ଶାଖା କେନାଲ୍ ମଧ୍ୟ ଠିକଣା ସମୟରେ ଆବଶ୍ୟକ ଜଳ ଯୋଗାଇ ପାରିବନାହିଁ । ହୀରାକୁଦ ଜଳଭଣ୍ଡାରରେ ୫୯୦ ଫୁଟ୍ ପାଣି ରହିଲେ ହିଁ ବରଗଡ଼ କେନାáୁ ଜଳ ଯୋଗାଣ ସମ୍ଭବ । ବରଗଡ଼ କେନାଲରେ ସାଧାରଣତଃ ୩,୮୦୦ କ୍ୟୁସେକ୍ ପାଣି ଛଡ଼ାଯାଇଥାଏ । ୮୪ କିଲୋମିଟର୍ ଯାଏଁ ଲମ୍ବିଥିବା ଏହି କେନାଲ୍ ବରଗଡ଼, ସୋନପୁର, ବଲାଂଗୀର ଏବଂ ସମ୍ବଲପୁର ଜିଲ୍ଲାର କିଛି ଅଂଶକୁ ଜଳ ଯୋଗାଇ ଥାଏ । କି;ୁ ମୁଖ୍ୟ କେନାଲରେ ପର୍ଯ୍ୟାପ୍ତ ପାଣି ନଆସିଲେ ଜଳସେଚିତ ଅଂଚଳରେ ମଧ୍ୟ ଚାଷବାସ ବଞ୍ଚାଇବା କାଠିକର ।
ସୂଚନା ଅନୁସାରେ, ଆସନ୍ତାବର୍ଷ ଗଙ୍ଗାଧର ମେହେର ବୃହତ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପ ପାଇଁ ହୀରାକୁଦ ଜଳଭଣ୍ଡାରରୁ ହିଁ ପାଣି ଆସିବ । ପ୍ରକଳ୍ପର ପ୍ରାଥମିକ ପର୍ଯ୍ୟାୟରେ ତିନୋଟି ବ୍ଲକ୍ ବିଜେପୁର, ସୋହେଲା ଏବଂ ବରପାଲି ବ୍ଲକ୍ ସମେତ ସୋନପୁର ଜିଳ୍ଲା ଡୁଂଗୁରିପାଲି ବ୍ଲକର ମୋଟ୍ ୧୨୯ ଗାଁର ୨୫,୬୦୦ ହେକଫର ଜମିକୁ ପାଣି ମାଡ଼ିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅତିକମରେ ସୋହେଲାର ୨୫ଟି ଗାଁର ୬,୪୦୦ ହେକଫର, ବିଜେପୁରର ୭୫ଟି ଗାଁର ୧୫,୨୦୦ ହେକଫର, ବରପାଲି ବ୍ଲକ୍ ୨୨ଟି ଗାଁର ୩,୮୪୦ ହେକଫର ଏବଂ ସୋନପୁର ଜିଲ୍ଲା ଡୁଂଗୁରିପାଲିର ୭ଟି ଗାଁର ୧୬୦ ହେକଫର ଜମି ଜଳସେଚିତ ହେବ । ଏହି ପ୍ରକଳ୍ପ ପାଇଁ ୨୫ଶହ କୋଟି ଟଙ୍କା ମଞ୍ଜୁର ପରେ କାମ ଆରମ୍ଭ ହୋଇଛି । ସେହିପରି ପ୍ରକଳ୍ପର ପରିବର୍ଦ୍ଧିତ ପ୍ରକ୍ରିୟାରେ ଏଥିରେ ବରଗଡ଼ ବ୍ଲକର ୭ଟି ପଞ୍ଚାୟତ ସାମିଲ କରାଯାଇଛି । ଏଥିପାଇଁ ଅତିରିକ୍ତ ୯୨୦କୋଟି ଟଙ୍କା ମଞ୍ଜୁର ହୋଇଛି ।
କି;ୁ ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟାପ୍ତ ପାଣି ନରହିଲେ ଏହି ପ୍ରକଳ୍ପ ବି କିଛି କାମରେ ଲାଗିବ ନାହିଁ । ସେହିପରି ଆଉ ଦୁଇ ବର୍ଷ ଭିତରେ ବରଗଡ଼ ଜିଲ୍ଲାରେ ଇଥାନଲ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏହି ପ୍ଲାଣ୍ଟକୁ ପାଣି କେଉଁଠୁ ଆସିବ, ତାହା ବଡ଼ ପ୍ରଶ୍ନ ଥିଲା । ବରଗଡ଼ କେନାଲରୁ ପାଣି ଉତ୍ତୋଳନ କରିବାକୁ ପ୍ରଥମେ ନିଷ୍ପତ୍ତି ହୋଇଥିଲା । କି;ୁ ପରେ ହୀରାକୁଦ ଜଳଭଣ୍ଡାରରୁ ଏଠାକୁ ପାଣି ଆଣିବାକୁ ଯୋଜନା ରହିଛି । ଯାହାଦ୍ୱାରା ଜଳଭଣ୍ଡାର ଉପରେ ଜଳବୋଝ ପଡ଼ିବ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ମନମାନି ବନ୍ଦ ନହେଲେ, ଏହି ବହୁ କୋଟି ଟଙ୍କାର ପ୍ରକଳ୍ପ କିଛି କାମରେ ଲାଗିବ ନାହିଁ ।
Comments are closed.