IED ବିସ୍ଫୋରଣରେ ଜଣେ ଯବାନ ସହିଦ ,୨ ମାଓବାଦୀ ନିପାତ

ଭୁବନେଶ୍ୱର : ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ସର୍ଚ୍ଚ ଅପରେସନ ବେଳେ IED ବିସ୍ଫୋରଣ ଘଟି ୨ ଯବାନ ଗୁରୁତର । ଆଜି ସକାଳ ୭ ବେଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ପୋରଣ ଘଟିଛି । ଗୁଇନ୍ଦା ସୂଚନା ପାଇ STF ଏବଂ DRG ଯବାନ ମାଓ ଦମନ ପାଇଁ କମ୍ବିଂ ଅପରେସନରେ ଯାଇଥିବା ବେଳେ ମାଓବାଦୀ IED ବିସ୍ପୋରଣ କରିଥିଲେ । ଏହି ଘଟଣା ପରେ ଅବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ । ପୋଲିସ ଏନକାଉଣ୍ଟରରେ୨ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର SP । ମାଓବାଦୀଙ୍କ ଗୁଳିରେ ଜଣେ DRG ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ବଡ଼ ଧରଣର କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ କରିଥିଲା ପୋଲିସ। ଏନକାଉଣ୍ଟରରେ ମାଓବାଦୀ ଙ୍କ ବଡ଼ କ୍ଷତି ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଛି ।

Launching Ceremony of “AYUSHMAN BHARAT

Comments are closed.