ବଲାଙ୍ଗୀର : ୪ ଦିନ ଧରି ରାଜ୍ୟରେ ଚାଲିଛି ଇଟା ରେଡ I ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । ଆୟକର ବିଭାଗର ଚଢ଼ାଉ ସରୁନି କି ଟଙ୍କାଗଣା ବି ସରୁନି । ଜବତ ହୋଇଥିବା ଟଙ୍କା ବଲାଙ୍ଗିର ଏସ୍ବିଆଇ ମୁଖ୍ୟ ଶାଖାକୁ ନିଆଯାଇଛି। ତେବେ କେତେ ଟଙ୍କା ମିଳିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଗଣତି ପରେ ଟଙ୍କାର ପରିମାଣ ସ୍ପଷ୍ଟ ହେବ। ବର୍ତ୍ତମାନ ସୁଦ୍ଧା ମଦ ବେପାରୀଙ୍କଠାରୁ ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି। ଜବତ ଟଙ୍କାକୁ ନେଇ ଆନାଲିସିସ କରିବ ହାଇଦ୍ରାବାଦରୁ ଆସିଥିବା ଏକ ଟିମ I ଗୋଟିଏ ଆନାଲିସିସ ଟିମରେ ୪ ରୁ ୫ ଜଣ ମେମ୍ବର ରହିଥିବା ଜଣାପଡିଛି I
IT ରେଡ ର ୪ର୍ଥ ଦିନରେ ମଧ୍ୟ ଜବତ ହେଉଛି ପୁଳା ପୁଳା ଟଙ୍କା I ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ I ବର୍ତ୍ତମାନ ସୁଦ୍ଧା ମଦ ବେପାରୀଙ୍କଠାରୁ ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି। ଜବତ ଟଙ୍କାକୁ ୬ଟି ଛୋଟ ଏବଂ ଗୋଟିଏ ବଡ଼ ମେସିନକୁ ମିଶାଇ ୨୦ କୋଟିରୁ ଅଧିକ ଟଙ୍କାର ଗଣତି ସରିଛି। ଆଉ ୪/୫ ଦିନ ଯାଏଁ ଏଭଳି ଗଣତି ଚାଲିବ ବୋଲି ବ୍ୟାଙ୍କ ସୂତ୍ରରୁ ସୂଚନା ମିଳିଛି। ଏହି ଲିଙ୍କରେ ଟିଟିଲାଗଡ଼ ମଦଭାଟି ପଡ଼ାର ଦେଶୀମଦ ଭାଟିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ। ସେଇଠି ପ୍ରାୟ ୮ଟି କୋଟି ଟଙ୍କା ମିଳିଥିବା ଚର୍ଚ୍ଚା ହେଉଛି।ମଦ ଭାଟି ମାଲିକ ଦୀପକ ସାହୁ ଓ ସଞ୍ଜୟ ସାହୁ ଫେରାର ଅଛନ୍ତି।
ସେପଟେ ସମ୍ବଲପୁର ଧନୁପାଲି ଦେଶୀ ମଦ ଭାଟି ଓ ବଡ଼ବଜାରର ଅଫିସରୁ ମିଳିଥିବା ବିପୁଳ ଟଙ୍କାର ଜାରି ରହିଛି ଗଣତି। ସମ୍ବଲପୁର SBI ମୁଖ୍ୟ ଶାଖାରେ ଆଜିକୁ ୩ ଦିନ ହେଲା ଦିନ ରାତି ଗଣୁଛନ୍ତି ଆୟକର ଏବଂ ବ୍ୟାଙ୍କ ଅଧିକାରୀ। ତଥାପି ସରୁନି। ଧନୁପାଲିରେ ମଦ ବ୍ୟବସାୟର ସାମ୍ରାଜ୍ୟ ମେଲାଇଥିବା ବଳଦେବ ସାହୁ ଆଣ୍ଡ ସନ୍ସର ସମ୍ବଲପୁର ଜିଲ୍ଲାରେ ରହିଛି ୪ଟି ଦେଶୀ ମଦ ଭାଟି। ସମ୍ବଲପୁର ଅବକାରୀ ଅଧିକ୍ଷକଙ୍କ କହିବା କଥା, ୧୯୯୫ ପରଠୁ ରାଜ୍ୟ ସରକାର ଦେଶୀ ମଦ ଭାଟି ଲାଇସେନ୍ସ ପାଇଁ ଆଉ ନୂଆ ଟେଣ୍ଡର କରୁନାହାଁନ୍ତି। ପୁରୁଣା ଲାଇସେନ୍ସ ପ୍ରାପ୍ତ ମଦ ଭାଟି ମାଲିକ କେବଳ ସେହି ଲାଇସେନସକୁ ବାର୍ଷିକ ନବୀକରଣ କରି ରାଜ୍ ଚଳାଇଛନ୍ତି।

Comments are closed.