ବଡ଼ବିଲ : OMDC କର୍ମଚାରୀଙ୍କୁ ଗୁଳି କରି ହତ୍ୟା I ବଡ଼ବିଲ ଥାନା ଅନ୍ତର୍ଗତ ଦାମୁହଟିଂ ନିକଟ ଗ୍ରୀଡ଼ କାର୍ଯ୍ୟାଳୟ ନିକଟରେ OMDC କର୍ମଚାରୀ ଗୁଳିବିଦ୍ଧ ମୃତ ଶରୀର ଉଦ୍ଧାର ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତକ ଜଣଙ୍କ ହେଲେ (ଓଏମଡିସି) କମ୍ପାନିର କର୍ମଚାରୀ ଦୁଃଶାସନ ବାରିକ(୫୫ବର୍ଷ) I ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ସେ ସ୍ଥାନୀୟ ଦଲକି ବସ୍ତିରେ ରହୁଥିଲେ I
ମୃତଦେହ ନିକଟରେ ଦୁଇଟି ଗୁଳି ଓ ମଦ ବୋତଲ ପଡିଛି । ଏହାସହ କିଛି ଦୂରରେ ଦୁଃଶାସନଙ୍କ ବାଇକ ମଧ୍ୟ ରହିଛି ।ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସଠିକ ଜଣା ପଡ଼ିନଥିଲେହେଁ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ ଜମିବାଡ଼ିକୁ ନେଇ ଅନେକ ସମୟରେ ପଡ଼ୋଶୀଙ୍କ ସହ ଝଗଡ଼ା ଲାଗିରହିଥିଲା। ଗତକାଲି ସନ୍ଧ୍ୟାରେ ଦୁଃଶାସନ ଡ୍ୟୁଟି ସାରି ଆଉ ଘରକୁ ଫେରିନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରୁ ୯ ଏମଏମର ୨ ଜୀବନ୍ତ ଗୁଳିକୁ ପୁଲିସ ଜବତ କରିଥିବା ଜଣାଯାଇଛି। ଅଭିଯୋଗ ପରେ ବଡବିଲ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଏହା ପାରିବାରିକ ଜମି ବିବାଦରୁ ହତ୍ୟାକାଣ୍ଡ ଘଟି ଥାଇ ପାରେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି I

Comments are closed.