ପୁରୁଣାରୁ ନୂତନ ଷ୍ଟାଇଲ

ଦୈନଦିନ ଜୀବନରେ ଷ୍ଟାଇଲ୍‌ର ଗୁରୁତ୍ୱ ଖୁବ୍‌ ବୃଦ୍ଧି ପାଇଛି । ଲୋକମାନେ ଫ୍ୟାଶନ ଓ ଲୁକ୍‌ ପ୍ରତି ସଚେତନ ହୋଇ ନୂତନ ପୋଷାକ କିଣିବା ଏକ ଅଭ୍ୟାସରେ ପରିଣତ ହୋଇଛି । ତେବେ ସର୍ବଦା ନୂଆ ପୋଷାକ ନକିଣି ପୁରୁଣା ପୋଷାକକୁ ନୂଆ ଢଙ୍ଗରେ ପିନ୍ଧି ହେବ । ଯାହା ନୂଆ ଲୁକ୍‌ ପ୍ରଦାନ କରିବାସହିତ ଅର୍ଥ ମଧ୍ୟ ବଞ୍ଚାଇବ । ସେହିଭଳି ପୁରୁଣା ଡ୍ରେସକୁ ବ୍ୟବହାର କରି ଘର ସଜ୍ଜା ମଧ୍ୟ କରାଯାଇପାରିବ ।
ପୁରୁଣାରୁ ନୂଆ ଡ୍ରେସ- ପୁରୁଣା ପୋଷାକକୁ ନୂଆ ଷ୍ଟାଇଲ ଦେବାର ଅନେକ ଉପାୟ ରହିଛି । ଏଥିପାଇଁ ଆପଣ ନିଜର କୌଣସି ପୁରୁଣା ଶାଢିକୁ ଡିଜାଇନ କରି ଏହାକୁ ଅନାରକଲି କିମ୍ବା ଲଙ୍ଗ ସ୍କର୍ଟ, ଫ୍ରକ୍‌ରେ ପରିଣତ କରିପାରିବେ । ସେହିଭଳି ନିଜର ପୁରୁଣା ଓନିରୁ ନିଜ ପାଇଁ ଟପ୍‌ କିମ୍ବା ପିଲାଙ୍କ ଲାଗି ସାର୍ଟ ତିଆରି କରିପାରିବେ ।

 ପୁରୁଣାରୁ ନୂତନ ଷ୍ଟାଇଲ

ଘର ସଜ୍ଜା- ପୁରୁଣା ପୋଷାକକୁ ବ୍ୟବହାର କରି ଘର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିବା ଏକ ସହଜ ଓ ସରଳ ଉପାୟ । ଯଦି ଆପଣଙ୍କର କୌଣସି ଜରି କାମ ହୋଇଥିବା ଓ ବଡର ଥିବା ଶାଢି ପୁରୁଣା ହୋଇଯାଇଛି ତେବେ ଏହାକୁ ବ୍ୟବହାର କରି ସୋଫା, କୁସନ କଭର ସହିତ ପରଦା ମଧ୍ୟ ତିଆରି କରିପାରିବେ । ଯଦି ଶାଢିର ରଙ୍ଗ ଛାଡି ଯାଇଛି କିମ୍ବା ଚିରି ଯାଇଛି ତେବେ ଏହାକୁ ଡୋରମ୍ୟାଟ୍‌ ଭାବେ ବ୍ୟବହାର କରିପାରିବେ । ଏହା ସହିତ ଜିନ୍ସ କିମ୍ବା ପ୍ୟାଣ୍ଟକୁ ନେଇ ବ୍ୟାଗ୍‌ ଓ ତକିଆ କଭର ପ୍ରସ୍ତୁତ କରାଯାଇପାରିବ । ସେହିଭଳି ବ୍ୟବହାର ହେଉନଥିବା କପଡାକୁ ତକିଆ ଓ କୁସନରେ ଭର୍ତ୍ତି କରି ତୁଳା କିଣିବା ଖର୍ଚ୍ଚରୁ ମଧ୍ୟ ବଞ୍ଚି ପାରିବେ ।

 ପୁରୁଣାରୁ ନୂତନ ଷ୍ଟାଇଲ

ଆବଶ୍ୟକୀୟ ଜିନିଷ- ଘରେ ରହିଥିବା ଟିଭି, ୱାସିଙ୍ଗ ମେସିନ, ଗ୍ରାଇଣ୍ଡର ଓ ଫ୍ରିଜ୍‌ ଲାଗି କଭର କିଣି ଅଯଥା ଖର୍ଚ୍ଚାନ୍ତ ହେବା ଅପେକ୍ଷା ପୁରୁଣା ପୋଷାକକୁ ବ୍ୟବହାର କରି ସୁନ୍ଦର ଡିଜାଇନର କଭର ପ୍ରସ୍ତୁତ କରିହେବ । ଜିନ୍ସ ଓ ପ୍ୟାଣ୍ଟ କପଡା ଉପରେ ଶାଢିର ବଡର ଲଗାଇ ଏହାକୁ ସୁନ୍ଦର ଡିଜାଇନ ପ୍ରଦାନ କରିହେବ ।

 ପୁରୁଣାରୁ ନୂତନ ଷ୍ଟାଇଲ

 

Launching Ceremony of “AYUSHMAN BHARAT

Comments are closed.