ତୈଳଦରକୁ ନେଇ କାଦୁଅ ଫିଙ୍ଗା ରାଜନୀତି: ଚିନ୍ତାରେ ଜନତା

ନୂଆଦିଲ୍ଲୀ: ମାର୍ଚ୍ଚ ୩୧: ଦେଶରେ ଏତେ ମାତ୍ରାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ଆକାଶଛୁଆଁ ହୋଇଥିବାବେଳେ ଜନ ଅସନ୍ତୋଷ ବୃଦ୍ଧି ହେଉଛି। ମୂଲ୍ୟ ବୃଦ୍ଧିକୁ ନେଇ ଏଥର ବିରୋଧୀ ସଂସଦରେ ହଲାପଟା କରୁଥିବାର ନଜର ଆସିଛି। ଏଥିରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସ ସଂସଦରେ ସରକାରଙ୍କୁ ଘେରିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ବିରୋଧୀଙ୍କ ମୁଣ଼୍ଡରେ ଦୋଷ ଲଦିଛନ୍ତି। ଏଥିଲାଗି ୮ ବର୍ଷ ପୂର୍ବର କେନ୍ଦ୍ରରେ ୟୁପିଏ ସରକାରଙ୍କୁ ଦାୟୀ କରିଛନ୍ତି ନିର୍ମଳା ସୀତାରମଣ।ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗମା ମଧ୍ୟରେ ନିର୍ମଳା ସୀତାରମଣ ମଙ୍ଗଳବାର ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ଅଙ୍କୁଶ ଲାଗି ନ ପାରିବାର କାରଣ ମନମୋହନ ସିଂହ ସରକାର ବୋଲି କହିଛନ୍ତି। ରାଜ୍ୟସଭାରେ ଆଲୋଚନା କାଳରେ ସୀତାରମଣ ଏଥିପାଇଁ କଂଗ୍ରେସ ସରକାର ବିକିଥିବା ଅଏଲ ବଣ୍ଡ ମଧ୍ୟ ଅନେକ କାରଣରୁ ଦାୟି ବୋଲି କହିଛନ୍ତି। ମନମୋହନ ସିଂହଙ୍କ ୟୁପିଏ ସରକାର ୨ ଲକ୍ଷ କୋଟି ଟଙ୍କାର ଅୟେଲ ବଣ୍ଡ ଇସ୍ୟ କରିଥିଲେ ବୋଲି ସେ କହିଛନ୍ତି। ଖାସ ଏଥି ଯୋଗୁ ତୈଳ ମୂଲ୍ୟ ନିୟନ୍ତ୍ରଣ ଏବେ ସମ୍ଭବ ହୋଇ ପାରୁନଥିବା ନିର୍ମଳା ଗୃହକୁ କହିଥିଲେ।ତେବେ ବିତ୍ତ ଓ ବିନିଯୋଗ ବିଧେୟକ ଉପରେ ଜାରି ଚର୍ଚ୍ଚାରେ ନିର୍ମଳା କହିଥିଲେ ଯେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ହୋଇଛି। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଏବେ ଏହି ମୂଲ୍ୟ ବୃଦ୍ଧିର ସମ୍ମୁଖୀନ ହୋଇଛି। ତେବେ କିଛି ଦଶକ ପୂର୍ବେ ଦେଶରେ ଦିଆଯାଉଥିବା ଅଏଲ ସବସିଡିର ଏହା କୂପରିଣାମ। ଏଥିଲାଗି ସରକାର ଜାରି କରିଥିବା ଅଏଲ ବଣ୍ଡ ଏବେ ପୈଠ ହେଉଛି। ୨୦୨୬ ପର୍ଯ୍ୟନ୍ତ ଏହି ଦେୟ ପୈଠ ହେବ । ସେ ପର୍ଯ୍ୟନ୍ତ ଆମକୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବ ବୋଲି ସେ କହିଥିଲେ।

Govt

Comments are closed.