ନୂଆଦିଲ୍ଲୀ: ମଇ ୧୭: ଜମ୍ମୁ-କଶ୍ମୀରର ସୀମା ଅଭ୍ୟାସକୁ ନେଇ ଅବାଞ୍ଛିତ ମନ୍ତବ୍ୟ ଦେଇଥିବାରୁ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋପରେସନ୍କୁ ନିନ୍ଦା କରିଛି ଭାରତ । ଓଆଇସିର ଏହି ଟିªଣୀ ଉପରେ ଆଲୋଚନା କରି ଭାରତର ବେଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଓଆଇସି ସେକ୍ରେଟେରିଏଟ୍ ଅଯଥାରେ ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଉଛି । ସେ ଆହୁରି ବି କହିଛନ୍ତି ଯେ ପୂର୍ବ ପରି ଜମ୍ମୁ-କଶ୍ମୀର ଉପରେ ଦେଇଥିବା ଓଆଇସିର ଟିªଣୀକୁ ଭାରତ ସରକାର ପ୍ରତ୍ୟାଖାନ କରିଛନ୍ତି । ଦିଆଯାଇଥିବା ଦାୟିତ୍ୱ ଅନୁସାରେ ଡେଲିମିଟେସନ୍ କମିସନ୍ ମାସ ଆରମ୍ଭରୁ ହିଁ ଜମ୍ମୁ-କଶ୍ମୀରର ସଂସଦ ଓ ବିଧାନସଭା ନିର୍ବାଚନମଣ୍ଡଳିର ପୁନର୍ନିମାଣ ସଂପର୍କିତ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛି । ଓଆଇସି ଅନ୍ୟ ଏକ ଦେଶର ଇସାରାରେ ଭାରତରେ ସାଂପ୍ରଦାୟିକ ଏଜେଣ୍ଡା ଚଳାଇବା ବନ୍ଦ କରୁ ବୋଲି ବାଗଚି କହିଛନ୍ତି । ଓଆଇସି ଜରିଆରେ ପାକିସ୍ତାନ ପୂର୍ବରୁ ବି ଜମ୍ମୁ-କଶ୍ମୀର ସଂପର୍କରେ ଏପରି ପ୍ରସଂଗ ଉଠାଇ ସାରିଛି । ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି କି ଅନ୍ୟ କେଉଁ ଦେଶର ଇସାରାରେ ସାଂପ୍ରଦାୟିକ ଏଜେଣ୍ଡା ଚଳାଇବାରୁ ନିବୃତ ରୁହ । ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ । ତାହାକୁ ନେଇ ଅଯଥା ମନ୍ତବ୍ୟ ନଦେବାକୁ ସେ ଓଆଇସିକୁ ସୂଚାଇ ଦେଇଛନ୍ତି । ପୂର୍ବରୁ ମଧ୍ୟ ଓଆଇସି ଜମ୍ମୁ-କଶ୍ମୀରକୁ ନେଇ ଅନେକ ଟିªଣୀ ଦେଇଛି ଓ ଭାରତ ତାହାକୁ ଖାରଜ ବି କରିଛି । ଓଆଇସିର ଗଠନ ୧୯୬୯ ମସିହାରେ ହୋଇଥିଲା । ଏବେ ଏହି ସଂଗଠନରେ ୫୭ ଜଣ ସଦସ୍ୟ ଅଛନ୍ତି । ଏହି ସଂଗଠନ୍ ଇସ୍ଲାମ୍ ଧର୍ମ ପାଇଁ କାମ କରେ । ଏଥିରେ ୪୯ ମୁସ୍ଲିମ୍ ବହୁଳ ଦେଶ ରହିଛନ୍ତି ।

Comments are closed.