ନାରୀଶକ୍ତି ପୁରସ୍କାର ପାଇବେ ଓଡିଆ ଝିଅ

ଭୁବନେଶ୍ୱର: ମାର୍ଚ୍ଚ ୦୮: ୧୯୭୭ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଅବସରରେ ନାରୀ ଶକ୍ତି ପୁରସ୍କାର ପାଇବେ ଓଡ଼ିଶାର ଶ୍ରୁତି ମହାପାତ୍ର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୁତିଙ୍କୁ ସମ୍ମାନିତ କରିବେ। ଶ୍ରୁତିଙ୍କ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ୨୯ ଜଣ ମହିଳା ଏଥିରେ ପୁରସ୍କୃତ ହେବେ । ୨୦୨୦ ଏବଂ ୨୦୨୧ ବର୍ଷ ଲାଗି ଦେଶର ନାରୀଶକ୍ତି ବିଜେତାଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାଜର ବିଭିନ୍ନ ବର୍ଗଙ୍କ ଲାଗି ଉତ୍ସର୍ଗୀକୃତ ଜୀବନ ଜିଉଁଥିବା ନାରୀ ଶକ୍ତିମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ସବକା ପ୍ରୟାସ ସୁନିଶ୍ଚିତ କରିବା ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ମହିଳାମାନଙ୍କ ମଧ୍ୟରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦେବା ଲାଗି ସରକାର ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।

Launching Ceremony of “AYUSHMAN BHARAT

Comments are closed.