ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର

ଭାରତର ମାନଚିତ୍ରରେ ଓଡିଶାର ମନ୍ଦିରଗୁଡ଼ିକର ଏକ ବିଶେଷ ପରିଚୟ ରହିଛି, ଯାହା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଭକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଭାରତର ପୂର୍ବ ଭାଗରେ ଥିବା ଐତିହ୍ୟ ରାଜ୍ୟ ଓଡ଼ିଶାରେ ଭକ୍ତମାନଙ୍କ ପାଇଁ ବହୁ ତୀର୍ଥସ୍ଥାନ ରହିଛି । ସେଥିମଧ୍ୟରୁ ଚଉଷଠି ଯୋଗିନୀ ମନ୍ଦିର ଅନନ୍ୟ । କାଳିକା ପୁରାଣ ଅନୁସାରେ, ୫୧ ଶକ୍ତିପୀଠ ମଧ୍ୟରୁ ସର୍ବପ୍ରଥମ ତନ୍ତ୍ରପୀଠ ରୂପେ ହୀରାପୁରର ଚଉଷଠି ଯୋଗିନୀ ପୀଠ ଅନ୍ୟତମ । ଏହି ପୀଠଟି ପୁରୀ, କୋଣାର୍କ ଓ ଭୁବନେଶ୍ୱର ସ୍ୱର୍ଣ୍ଣ ତ୍ରିଭୁଜ ଶକ୍ତି ମଣ୍ଡଳ ମଧ୍ୟରେ ଅବସ୍ଥିତ । ଏହି ସ୍ୱର୍ଣ୍ଣ ତ୍ରିଭୂଜ ମଣ୍ଡଳୀ ପୀଠକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବାର୍ଷିକ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତମାନେ ଭ୍ରମଣରେ ଆସିଥାନ୍ତି । ଏହି ପୀଠର ମାଧୁରୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହୋଇଥାନ୍ତି ।
ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର

ମନ୍ଦିରରେ ଅଷ୍ଟ ମର୍କଟ ବା ୮ ଜଣ ମୁଖ୍ୟ ଦେବୀ ରହିଛନ୍ତି । ସେମାନେ ହେଲେ-ବ୍ରାହ୍ମଣୀ, ବୈଷ୍ଣବି , ମହେଶ୍ୱରୀ, ଇନ୍ଦ୍ରାଣୀ, କୁମାରୀ , ଭରାହି , ଚାମୁଣ୍ଡା ଏବଂ ନରସିଂହ । ଏହି ପ୍ରତ୍ୟେକ ମୁଖ୍ୟ ଦେବୀଙ୍କର ଆଠ ଜଣ ସେବାୟତ ବା ଯୋଗିନୀ ରହିଛନ୍ତି । ସେହି ସମସ୍ତ ସେବାୟତ ବା ଯୋଗିନୀଙ୍କୁ ଏକତ୍ର କରି ମନ୍ଦିର ନାମ ୬୪ ଯୋଗିନୀ ରଖାଯାଇଛି ।
ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର
ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରସ୍ଥିତ ହୀରାପୁର ଗ୍ରାମରେ ଥିବା ଏକ ପୁରାତନ ଯୋଗିନୀ ପୀଠ । ସ୍ଥାନୀୟ ଅଞ୍ଚଳରେ ଏହା ‘ମହାମାୟା ମନ୍ଦିର’ ନାମରେ ମଧ୍ୟ ଜଣା । ତନ୍ତ୍ର ସଂସ୍କୃତିରେ ଯୋଗିନୀମାନଙ୍କ ସମ୍ପର୍କରେ ବିଶେଷ ଭୂମିକା ଅନ୍ତର୍ନିହିତ ରହିଛି । ତେଣୁ ହୀରାପୁରର ଚଉଷଠୀ ଯୋଗିନୀ ପୀଠକୁ ତନ୍ତ୍ରପୀଠ ମଧ୍ୟ କୁହାଯାଏ । ଏହି ମନ୍ଦିର ୧୯୫୩ ମସିହାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ମୁଖ୍ୟ ଓ ପ୍ରନିତତ୍ୱବିଦ କେଦାରନାଥ ମହାପାତ୍ରଙ୍କଦ୍ୱାରା ଲୋକଲୋଚନକୁ ଆସିଥିଲା । ଏହି ମନ୍ଦିରର ଉପରିଭାଗ ଖୋଲା । ମନ୍ଦିରର କେନ୍ଦ୍ରସ୍ଥଳରେ ଅଷ୍ଟକୋଣୀ ବିଶାଳ ଲିଙ୍ଗ ରହିଛି । ଯାହା ମହାଦେବ ଭକ୍ତଙ୍କୁ ବିଶେଷ ଆକୃଷ୍ଟ କରିଥାଏ । ଦେଉଳ ମଧ୍ୟଭାଗରେ ପରବର୍ତ୍ତୀ ସମୟରେ ଏକ ଚଣ୍ଡୀମଣ୍ଡପ ସ୍ଥାପିତ । ଏଥିରେ ଚାରୋଟି ଶିବ ଓ ଯୋଗିନୀଙ୍କ ପ୍ରତିମା ସ୍ଥାପିତ ।
ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର
ଦେବୀ ‘ମହାମାୟା’ ଏହି ପୀଠ ଓ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତା । ଏହି ପୀଠଟି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୦ କି.ମି ଦୂରରେ ବାଲିଅନ୍ତା ଥାନା ଓ ପଞ୍ଚାୟତ ସମିତି ଅନ୍ତର୍ଗତ ବାଳକାଟିଠାରୁ ୨/୩ କି.ମି ଦୂର ପୁଣ୍ୟତୋୟା ଭାର୍ଗବୀ ନଦୀ ତଟ ଦେଶରେ ହୀରାପୁର ଗ୍ରାମର ଦକ୍ଷିଣ ଓ ପୂର୍ବ ଦିଗରେ ଅବସ୍ଥିତ । ଏହି ପୀଠର ସମ୍ମୁଖରେ ଗୋଟିଏ ପୁଷ୍କରିଣୀ ରହିଛି । ପୁଷ୍କରିଣୀର ମଧ୍ୟଭାଗରେ ଏକ ଦୀପଦାଣ୍ଡି ରହିଛି ।

ଚଉଷଠି ଯୋଗିନୀ ପୀଠରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜିତ । ପୀଠର ବୃତ୍ତାକାର ଶକ୍ତିକେନ୍ଦ୍ରରେ ଅଷ୍ଟଭୁଜା ମହାମାୟାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ତାଙ୍କ ସହିତ ୬୪ଟି ଯୋଗିନୀ ମୂର୍ତ୍ତି ଲାଗି ରହିଛି । ଏହି ଯୋଗିନୀଗଣ ଦେଉଳ କାନ୍ଥରେ ଥିବା ୬୪ଠାଣି ବା ଭଙ୍ଗୀରେ ସେମାନଙ୍କ ବାହନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୂଷା ସହିତ ନାନାଦି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ୬୪ ଯୋଗିନୀଙ୍କ କେଶ ବିନ୍ୟାସ ଭିନ୍ନ ଭିନ୍ନ । ଏଠାରେ ପୂଜିତ ୬୪ ଯୋଗିନୀ ମୂର୍ତ୍ତିମାନଙ୍କର ଉଚ୍ଚତା ୨ଫୁଟରୁ ୨.୫ଫୁଟ ହୋଇଥିଲା ବେଳେ କଳା ମୁଗୁନି ପଥରରେ ର୍ନିମିତ । ଦେଉଳ ପରିସରରେ ସଙ୍କଟେଶ୍ୱର ଶିବ ମନ୍ଦିର ରହିଛି ।
ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର

ମନ୍ଦିରଟିର ଗଠନଶୈଳୀ ବୈଚିତ୍ର୍ୟମୟ । ଯାହାକି ନଦେଖିଲେ ବର୍ଣ୍ଣନା କରିବା ଅସମ୍ଭବ । ଅଧିଷ୍ଠାତ୍ରୀ ଦେବୀ ମହାମାୟା ଓ ଯୋଗିନୀମାନେ ଏକ ପୁରାତନ ପଥରରେ ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି । ମନ୍ଦିରର ଆକାର ଗୋଲାକାର କି;ୁ ଛାତ ଶୂନ୍ୟ । ମନ୍ଦିରର ପ୍ରବେଶ ପଥର ଦ୍ୱାରଦେଶଟି ଏକ ତୋରଣ ପରି ପଥରରେ ନିର୍ମିତ । ଏହାର ଦୁଇ ପାଶ୍ୱରେ ଦୁଇଟି ଭୈରବ ମୂର୍ତ୍ତି ବିଦ୍ୟମାନ । ସେହି ଦୁଇଟି ମୂର୍ତ୍ତିର ନାମ କାଳ ଓ ବିକାଳ । ଏହି ତୋରଣର ଉପର ଅଂଶରେ ଦୁଇଟି ଦ୍ୱାରପାଳ ମୂର୍ତ୍ତି ବିଦ୍ୟମାନ । ମନ୍ଦିରର ବାହାର କାନ୍ଥରେ ନଅଟି କାତାୟନୀ ମୂର୍ତ୍ତି ରହିଛି । ପୀଠର ମଧ୍ୟଭାଗରେ ଚତୁଃଷ୍କୋଣ ବିଶିଷ୍ଟ କୃତି ରହିଛି । ଚାରି କୋଣରେ ଚାରୋଟି ପ୍ରତିମା ଦଣ୍ଡାୟମାନ । ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ମୂର୍ତ୍ତି ଶୂନ୍ୟ ରହିଛି । ଅଧିଷ୍ଠାତ୍ରୀ ମହାମାୟାଙ୍କ ଦୁଇ ପାଶ୍ୱରେ ଅନ୍ୟ ସମସ୍ତ ଯୋଗିନୀ ଦେବୀ ସେମାନଙ୍କର ବାହନମାନଙ୍କ ଉପରେ ଆସ୍ଥାନରେ ବିମଣ୍ଡିତ ରହିଛନ୍ତି । ଏହି ପ୍ରତିମାଗୁଡିକ କଳା ମୁଗୁନି ପଥରରେ ନିର୍ମିତ ।
ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର

ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଭୌମ୍ୟ ବଂଶୀୟ ଶାନ୍ତା ନାମକ ଜଣେ ରାଜା ଏଠାରେ ରାଜୁତି କରୁଥିଲେ । ତାଙ୍କର ହୀରାବତୀ ନାମକ ଜଣେ ପାଟରାଣୀ ଥିଲେ । ରାଣୀଙ୍କ ନାମାନୁସାରେ ଏହି ଗ୍ରାମର ନାମ ହୀରାପୁର ହୋଇଅଛି ବୋଲି କିମ୍ବଦନ୍ତୀ କୁହେ । ରାଣୀ ହୀରାବତୀଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଚଉଷଠି ଯୋଗିନୀ ପୀଠ ହୋଇଥିଲା । ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ମଧ୍ୟ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ର୍ନିମାଣ କରାଯାଇଥିବା ଅନୁମାନ କରାଯାଏ । ଏହା ଭୌମ ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ । ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା । ଏହିପରିକି ସଂସଦ ଭବନର ଗୋଲାକାର ନକ୍ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି । ଚଉଷଠି ଯୋଗିନୀ ମନ୍ଦିର ଏକ ବଜ୍ରଯାନ ବା ତନ୍ତ୍ରପୂଜାର ଦେଉଳ । ଏଠାରେ ଭୂମଣ୍ଡଳର ୫ଟି ଉପାଦାନ (ନିଆଁ, ଜଳ, ବସୁଧା, ଆକାଶ ଓ ପବନ)କୁ ପୂଜା କରାଯାଇଥାଏ । ଯୋଗିନୀମାନଙ୍କ ମୂର୍ତ୍ତି ସାଧାରଣତଃ ଏକ ଉଲଗ୍ନ ନାରୀ ମୂର୍ତ୍ତୀ । ଯାହା ପଶୁ, ମଣିଷ କିମ୍ବା ଅସୁର ଉପରେ ବିଜେ କରିଥିବାର ଦେଖିବାକୁ ମିଳିଥାଏ ଓ ନାରୀ ଶକ୍ତିକୁ ସୂଚାଇଥାଏ ।
ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର

ଏହି ଗୋଲାକାର ମନ୍ଦିରର ପରିଧି ୨୭.୪ମିଟର ଓ ଉଚ୍ଚତା ୨.୪ମିଟର । ଏହିମନ୍ଦିର ସମ୍ମୁଖଭାଗ ଉଦ୍‌ଗତଯୁକ୍ତ । ଯାହାକି ଏକ ଗୌରୀପଟ୍ଟ ସଦୃଶ ପ୍ରତୀୟମାନ । ମନ୍ଦିରର କାନ୍ଥ ସବୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବାଲି ପଥରରେ ତିଆରି । ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି ଯକ୍ଷିଣୀ ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ୱାରପାଳ ରହିଛନ୍ତି । ଏହାବ୍ୟତୀତ ପୀଠ ଭିତରକୁ ଯିବା ପାଇଁ ଥିବା ପ୍ରବେଶପଥ ପାଶ୍ୱର୍ରେ ଦୁଇଟି ବେତାଳ ରହିଛନ୍ତି । ଏଠାରେ ଥିବା ସଙ୍କଟେଶ୍ୱର ଶିବ ମନ୍ଦିରରେ ପୂଜିତ ଶିବଲିଙ୍ଗର ଉଚ୍ଚତା ବୃଦ୍ଧିପାଉଥିବା ଗ୍ରାମବାସୀ ମତ ଦିଅନ୍ତି । ମହାଦେବଙ୍କ ବୃଦ୍ଧି ପାଉଥିବା ଲିଙ୍ଗକୁ ଦର୍ଶନ କରିବା ନିମନ୍ତେ ପ୍ରତ୍ୟେକ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ।
ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର

ଦୋଳ ପୂର୍ଣ୍ଣିମାରେ ଦୋଳ ଯାତ୍ରା ହେଲା ଦେବୀଙ୍କର ପ୍ରଧାନ ପର୍ବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ଜମିଥାଏ । ଶ୍ରୀପଞ୍ଚମୀ ସମୟରେ ଦୀର୍ଘ ୩ଦିନ ଧରି ଏଠାରେ ମହାଯଜ୍ଞ ହୋଇଥାଏ । ଚୈତ୍ରପର୍ବ ଅବସରରେ ଦେବୀଙ୍କ ପାଖରେ ଘୃତ ଅନ୍ନ ସହ ଗୋଟା ମାଛ ପୋଡା ହୋଇ ଭୋଗ ହେବାର ବ୍ୟବସ୍ଥା ରହିଛି । ବର୍ତ୍ତମାନ ଏହି ପୀଠକୁ ଭାରତ ସରକାରଙ୍କର ପ୍ରନିତ‰ ବିଭାଗ ହାତକୁ ନେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସରକାରୀ ସ୍ତରରେ ଏହି ପୀଠକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି ।

Govt

Comments are closed.