ଓଡିଶାର ମୁଖ୍ୟ ପର୍ବପର୍ବାଣୀଙ୍କ ମଧ୍ୟରୁ ଶାମ୍ବ ଦଶମୀ ଅନନ୍ୟ । ପିଲାମାନଙ୍କ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଏହି ପର୍ବକୁ ପାଳନ କରାଯାଏ । ପ୍ରତି ଓଡ଼ିଆଙ୍କ ଘରେ ଘରେ ବିଭିନ୍ନ ପ୍ରକାର ମିଠା, ପିଠା ଓ ନାନା ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ କରାଯାଇ ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ କରାଯାଏ । ଏହି ଦିନରେ ପ୍ରତ୍ୟେକ ଓଡିଶାବାସୀଙ୍କ ଘରେ ଘରେ ଘଡ଼ଘଡ଼ିଆ ଘାଣ୍ଟ ତରକାରୀ ହୋଇଥାଏ । ଏହା ଏକ ଓଡ଼ିଶାର ପାରମ୍ପରିକ ଖାଦ୍ୟ ।
ସାମଗ୍ରୀ-
ଅମୃତଭଣ୍ଡା, ବିନ୍, ଛୁଇଁ, ବାଇଗଣ, ଜହ୍ନି, କୋବି , ଆଳୁ, ମାଟି ଆଳୁ, ସାରୁ, ମୂଳା, କଖାରୁ, ବାରବଟି, ଟମାଟ, ଓଉ, ସିଝା କାବୁଲି ଚଣା, ଭଜା ବଢ଼ି, ଧନିଆ ପତ୍ର, ଅଦା ରସୁଣ ଜିରା ଓ ନାଲି ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ , ତେଜ ପତ୍ର, ନଡିଆ କୋରା, ଲଙ୍କାଗୁଣ୍ଡ, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ ଏବଂ ଲୁଣ
ପ୍ରସ୍ତୁତି- ସମସ୍ତ ପରିବାକୁ ଭଲ ଭାବରେ ଧୋଇ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ ।

ଏହାପରେ ଏକ ହାଣ୍ଡିରେ ତେଲ ପକାଇ ପଞ୍ଚ ଫୁଟଣ, ତେଜପତ୍ର ଏବଂ ଶୁଖିଲା ଲଙ୍କାକୁ ପକାନ୍ତୁ । ଫୁଟଣା ଫୁଟିଲା ପରେ ସେଥିରେ ମସଲା ପେଷ୍ଟ(ଅଦା ରସୁଣ ଜିରା ଓ ନାଲି ଲଙ୍କା)କୁ ଦେଇ କଷନ୍ତୁ । କିଛି ସମୟ ପରେ ସେଥିରେ ଟମାଟ ପକାଇ ପୁଣି କଷନ୍ତୁ ।

ମସଲା କଷି ହୋଇ ତେଲରୁ ଅଲଗା ହେଲେ ସେଥିରେ ସବୁ ପରିବା ପକାଇ ଧୀମା ଆଞ୍ଚରେ ରାନ୍ଧନ୍ତୁ । ହାଣ୍ଡିକୁ ଏକ ଢ଼ାଙ୍ଗୁଣୀରେ ଘୋଡ଼ାଇ ରାନ୍ଧିଲେ ପରିବା ଶୀଘ୍ର ସିଝି ଥାଏ । ପରିବା ଅଧା ସିଝି ଗଲା ପରେ ସେଥିରେ ଛୁଇଁ , ଭଜା ବଢ଼ି ଏବଂ ସିଝା କାବୁଲି ଚଣାକୁ ପକାନ୍ତୁ । ପରିବା ସିଝ ମିଶିଗଲା ପରେ ସେଥିରେ ନଡ଼ିଆ କୋରା ଧନିଆ ପତ୍ର ପକାଇ ପରିବାର ଲୋକଙ୍କ ଆଗରେ ଗରମ ଗରମ ପରଷନ୍ତୁ ।

Comments are closed.