ଭୁବନେଶ୍ୱର: ମାର୍ଚ୍ଚ ୨୫: ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ। ଏଥର ୬ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ। ଅଭିଭାଷଣ ଉପରେ ୨୬ ଓ ୨୮ ତାରିଖରେ ଆଲୋଚନା ହେବ। ୨୯ ତାରିଖରେ ଅଫିସିଆଲ ବିଜନେସ ଓ ୩୦ ତାରିଖରେ ୨୦୨୨-୨୩ର ବଜେଟ ଉପସ୍ଥାପନ ହେବ। ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ। ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କଠୁ ଆରମ୍ଭ କରି ସମସ୍ତ ସଦସ୍ୟଙ୍କ କୋଭିଡ୍ ପରୀକ୍ଷା କରାଯାଇଛି। କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା, ନିର୍ବାଚନୀ ହିଂସା, ନାରୀ ନିର୍ଯାତନା, ବିଦ୍ୟୁତ କାଟ୍, ଆବାସ କେଳେଙ୍କାରୀ ଆଦି ପ୍ରସଙ୍ଗକୁ ନେଇ ଶାସକ ଉପରେ ବର୍ଷିବେ ବିରୋଧି। ତେବେ ବିରୋଧିଙ୍କ ସମସ୍ତ ପ୍ରସଙ୍ଗର ମୁହଁତୋଡ ଜବାବ ଦେବାକୁ ବିଜେଡି ପ୍ରସ୍ତୁତଥିବା କହିଛି । ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।

Comments are closed.