ଭୁବନେଶ୍ବର: ନକଲି ଜବ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ । ସାମ୍ନାକୁ ଆସିଲା ଲୋକସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ । ଆଜି ଟିଏମସି ସାଂସଦ ମାଳା ରାୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶ୍ବାନ । ବିହାର ପ୍ରଥମରେ ରହିଥିବା ବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି ବୋଲି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ତୃତୀୟରେ ଆସାମ ଏବଂ ଚତୁର୍ଥରେ ଛତିଶଗଡ଼ ରହିଛି । ଓଡ଼ିଶାରେ ୬୬ ଲକ୍ଷରୁ ଅଧିକ ଜବ୍ କାର୍ଡ ପାଇଛନ୍ତି । ସେଥିରୁ ୪୩ ଲକ୍ଷ ଆକ୍ଟିଭ ଅଛନ୍ତି । ୨୦୨୪-୨୫ରେ ଓଡିଶାରୁ ୭୫୬୬ ଫେକ କାର୍ଡ ହାତେଇଛନ୍ତି । ସେହିପରି ଏକ ନମ୍ବରରେ ଥିବା ବିହାରରୁ ୮ ହଜାର ୧୧୧ ନକଲି ଜବ୍ କାର୍ଡ ଧରାପଡ଼ିଛି। ନକଲି ଜବ୍ କାର୍ଡକୁ ତାଲିକାରୁ ବାଦ ଦିଆଯାଇଛି । ମନରେଗା ଯୋଜନାର ଖୋଳତାଡ୍ରୁ ଏହି ତଥ୍ୟ ଜଣାପଡିଛି ।