ଫୁଲବାଣୀ: ଆଗକୁ ଆସୁଛି ପୌର ନିର୍ବାଚନ । ଏଥିପାଇଁ ବିଜେଡିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କୁ ସମର୍ଥନ କରି ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀକୁ ପ୍ରଚାର ସକାଶେ ଯାଇଥିଲେ । ହେଲେ ସେଠାରେ ସେ ବେଶ୍ ହଟହଟ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଫୁଲବାଣୀ ପୌର ପରିଷଦର ୮ ନମ୍ବର ୱାର୍ଡରେ ବିଜେଡିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥିନୀ ଏବଂ କାଉନସିଲର ପ୍ରାର୍ଥୀ ରାଜେନ୍ଦ୍ର ପାଢ଼ୀଙ୍କ ପାଇଁ ଭୋଟ ପ୍ରଚାର ମାଗିବାକୁ ଯାଇଥିଲେ ପ୍ରତାପ । ୱାର୍ଡରେ ଡ୍ରେନେଜଠାରୁ ଆରମ୍ଭ କରି ପାନୀୟଜଳର ସମସ୍ୟା ୧୦ ବର୍ଷ ଧରି ରହିଥିଲେ ସୁଦ୍ଧା ପୂର୍ବତନ ବିଜେଡି କାଉନସିଲର ଓ ଚେୟାରମ୍ୟାନମାନେ କିଛି କାର୍ଯ୍ୟ କରି ନଥିଲେ ବୋଲି ଅଭିଯୋଗ ହୋଇଥିଲା । ଉକ୍ତ ସମସ୍ୟାକୁ କେନ୍ଦ୍ର କରି ଲୋକ ଅସନ୍ତୋଷ ରହିଥିଲେ । ପ୍ରତାପ ଜେନାଙ୍କ ଭାଷଣ ଦେବା କ୍ଷଣୀ ୱାର୍ଡର ମହିଳାମାନେ ଏହି ସମସ୍ୟାକୁ ଉଠାଇ ହୋହାଲ୍ଲା କରିଥିଲେ । ଏହାହସିତ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀଙ୍କୁ ଭୋଟ ଦେବୁନାହିଁ ବୋଲି କହିଥିଲେ ।

Comments are closed.