ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ ।
ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ ତାରିଖ ଦିନ ୧ଟା ସମୟରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।
କରୋନା ମହାମାରୀ ଯୋଗୁଁ ୨ବର୍ଷ ପରେ ଏଥର ଅଫଲାଇନରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିପରି ଏପ୍ରିଲ ୨୯ରୁ ମେ ୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିଥିଲା । ରାଜ୍ୟରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।
ସୂଚନା ଥାଉଯେ, ପୂର୍ବରୁ ମନ୍ତ୍ରୀ ସମୀରରଞ୍ଜନ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ । ସେ କହିଥିଲେ, ଏବେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ସରିଥିବା ବେଳେ ଅନ୍ୟାନ୍ୟ ଆନୁସାଙ୍ଗିକ କାର୍ଯ୍ୟ ଚାଲିଛି । ନିର୍ଭୁଲ ପରୀକ୍ଷାଫଳ ପ୍ରକାଶ ପାଇଁ ଉଦ୍ୟମ ଜାରି ରହିଛି । ଖୁବ୍ ଶୀଘ୍ର ପରୀକ୍ଷାଫଳ ପ୍ରକାଶ ପାଇବାର ତାରିଖ ଘୋଷଣା ହେବ ବୋଲି ସେ କହିଥିଲେ ।
Comments are closed.