ମାଲକାନଗିରି : ଫେବୃଆରୀ ୦୩: ଆଗକୁ ଆସୁଛି ରାଜ୍ୟ ପଞ୍ଚାୟତ ନିର୍ବାଚନ । ଗ୍ରାମ ଗ୍ରାମ ବୁଲି ପ୍ରାର୍ଥୀମାନେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ମାଓବାଦୀଙ୍କ ପୋଷ୍ଟର ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି । ପଞ୍ଚାୟତକୁ ବିରୋଧ କରି ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଲଗାଇଛନ୍ତି ପୋଷ୍ଟର । ଏହାହସିତ ନିର୍ବାଚନରେ ନିଜ ନାମକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ପୋଷ୍ଟରରେ ଧମକାଇଛନ୍ତି ।
ସେମାନେ ପୋଷ୍ଟରରେ ଲେଖିଛନ୍ତି, ପଞ୍ଚାୟତର ସରପଞ୍ଚ ସମିତି ଲଢ଼ିବାକୁଥିବା ପ୍ରାର୍ଥୀମାନେ ନିଜ ନାମକୁ ପ୍ରତ୍ୟାହାର କରନ୍ତୁ । ନହେଲେ ଗ୍ରାମ ରାଜକମିଟି ସର୍ବଧିକାରୀମାନେ କଷ୍ଟ ଭୋଗିବେ ।
ମାଓବାଦୀ ବିଶାଖା ଇଷ୍ଟ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବାର ଦର୍ଶାଯାଇଛି ।
ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ଯେମିତିକି ଜନ୍ତାପାଇ, ଯୋଡ଼ାମ୍ବ ଓ ଯନ୍ତ୍ରୀ ଅଞ୍ଚଳରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।
Comments are closed.