ଭୁବନେଶ୍ୱର: ଜାନୁଆରୀ ୦୭: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଏନେଇ ସେ ନିଜେ ଟୁଇଟ୍ ଯୋଗ ସୂଚନା ଦେଇଛନ୍ତି । ସେ ଏବେ ଆଇସୋଲେସନ୍ରେ ରହିଛନ୍ତି । ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ଟୁଇଟର ଜରିଆରେ ପରାମର୍ଶ ଦେଇଛନ୍ତି ।
I was tested asymptomatic Covid positive yesterday and now in home isolation. I request all those who have come in physical contact with me in last 3 days to get themselves tested.#nabadasjsg
— Naba Kisore Das (@nabadasjsg) January 7, 2022
ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ରାଜ୍ୟରେ କରୋନ ସଂକ୍ରମିତଙ୍କ ସଂଖ୍ୟା ହଜାର ଉପରକୁ ଥିଲା ବେଳେ ଆଜି ଦୁଇ ହଜାର ଉପରକୁ କରୋନା ସଂକ୍ରମତି ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୦ ରହିଥିଲା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇଛନ୍ତି ।

Comments are closed.