ବାଣ ଉପରେ ଲାଗିପାରେ ସମ୍ପୂର୍ଣ୍ଣ କଟକଣା

ଭୁବନେଶ୍ୱର: ଅକ୍‌ଟୋବର ୨୫: ଦୀପାବଳିରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ବାଣ ଫୁଟିଲେ ଫୁସଫୁସ ଉପରେ କୁପ୍ରଭାବ ପଡ଼ୁଛି । ଏହା ସହ ସେ କହିଛନ୍ତି, ଆମେ ଏବେ ଏଣ୍ଡାମିକ୍‌ ସ୍ଥିତିରେ ରହିଛୁ । ଭୁବନେଶ୍ୱରରେ କରୋନା ସଂକ୍ରମଣ ଗ୍ରାଫ୍‌ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି । ଟ୍ରାନ୍ସମିସନ ଭଳି ପରିବେଶ ସୃଷ୍ଟି ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ନୂଆ କୋଭିଡ-୧୯ ଭ୍ୟାରିଆଣ୍ଟକୁ ନେଇ ଡିଏମ୍‌ଇଟି ସିବିକେ ମହାନ୍ତି ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଇନ୍ଦୋରରେ ସାତଟି ଓ ମହାରାଷ୍ଟ୍ରରେ ଆଉ କିଛି ନୂତନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଏହା ଡେଲ୍‌ଟା ପ୍ଲସ ପ୍ରଜାତିର ନୂଆ ଭ୍ୟାରିଆଣ୍ଟ । ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ କରିବ । ଯଦିଓ ଏହାକୁ ପ୍ରଥମେ ଚିହ୍ନଟ କରାଯାଇଛି, ତାକୁ ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି । ତା’ପରେ ଭ୍ୟାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ଶ୍ରେଣୀ ରହିଛି । ଏହାପରେ କନସର୍ଣ୍ଣ ଶ୍ରେଣୀ ରହିଛି । ତେବେ ଏହି ଭୂତାଣୁ ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଶ୍ରେଣୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ । ଏହା ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନ ୟୁ.କେ ବୋଲି ଘୋଷଣା କରିଛି । ଏଣୁ ଏହାକୁ ଦେଖି ଆଗକୁ ଆସୁଥିବା ଦୀପାବଳିରେ ବାଣ ଉପରେ କଟକଣା ଲାଗିପାରେ ବୋଲି ସାଧାରଣରେ ଅନୁମାନ କରାଯାଉଛି ।

Launching Ceremony of “AYUSHMAN BHARAT

Comments are closed.