ପୌର ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଧାର୍ଯ୍ୟ

ଭୁବନେଶ୍ୱର: ଫେବୃଆରୀ ୦୯: ପୌର ନିର୍ବାଚନ ଲାଗି ପ୍ରସ୍ତୁତି ପ୍ରକ୍ରିୟା ଜୋର୍‌ଦାର ଆରମ୍ଭ ହୋଇଛି । ଇତି ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନର ଏନ୍‌ଏସି, ମୁନିସିପାଲଟି ଓ ମହାନଗର ନିଗମର ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି । ଧାର୍ଯ୍ୟ ସୀମା ଅନୁଯାୟୀ, ମହାନଗର ନିଗମରେ ମେୟର ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚ ସୀମା ୧୨ ଲକ୍ଷ ଟଙ୍କା ରଖାଯାଇଛି ।

୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଏନ୍‌ଏସି ବା ମୁନିସିପାଲଟି କାଉନ୍‌ସିଲର୍‌ ପାର୍ଟି ସର୍ବାଧିକ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଏନ୍‌ଏସି ଓ ପୌରାଧ୍ୟକ୍ଷ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୫୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ମୁନିସିପାଲଟି କଉନସିଲର ପ୍ରାର୍ଥୀ ୭୫ ହଜାର ଓ ଅଧ୍ୟକ୍ଷ ପ୍ରାର୍ଥୀ ୩ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।

ମହାନଗର ନିଗମ କର୍ପୋରେଟ୍‌ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ମୁନିସିପାଲ କାଉନସିଲର ପ୍ରାର୍ଥୀ ଲକ୍ଷେ ଏବଂ ଅଧ୍ୟକ୍ଷ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Launching Ceremony of “AYUSHMAN BHARAT

Comments are closed.