ବିଭିନ୍ନ ପଞ୍ଚାୟତରେ ନିର୍ବାଚନୀ ହିଂସା

ଭୁବନେଶ୍ୱର: ଫେବୃଆରୀ ୧୬: ଆଜିଠୁ ଆରମ୍ଭ ପଞ୍ଚାୟତ ନିର୍ବାଚନ । ଏହାରି ଭିତରେ ବିଭିନ୍ନ ପ୍ରକାର ହିଂସାକାଣ୍ଡ ସାମ୍ନାକୁ ଆସିଛି । ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କ ଘରକୁ ମଧ୍ୟ ଛାଡୁ ନାହାନ୍ତି ଗୁଣ୍ଡା ପ୍ରବୃତ୍ତିର ଲୋକ । ଗୁଳିକାଣ୍ଡ, ମାରପିଟ ଠାରୁ ଆରମ୍ଭ କରି ବୋମାମାଡ ମଧ୍ୟ ହେଉଛି ବିଭିନ୍ନ ପଞ୍ଚାୟତରେ । ସମ୍ବଲପୁରର ଘିଚାମୁରା ପଞ୍ଚାୟତ ଦେଉରା ଗାଁ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି ଏବଂ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। କଟକ ସାଲେପୁରର ଶିଶୁଆ ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘରକୁ ବୋମାମାଡ଼ ହୋଇଥିଲା । ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି । ଖାଲି ଏତିକି ନୁହେଁ ବିଭିନ୍ନ ପଞ୍ଚାୟତରେ ଭୋଟରମାନେ ମଧ୍ୟ ହିଂସାର ଶିକାର ହେଉଥିବା ଖବର ରହିଛି।

Launching Ceremony of “AYUSHMAN BHARAT

Comments are closed.