ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ୧୧ ଗିରଫ

ଯାଜପୁର: ଫେବୃଆରୀ ୨୧: ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୧୧ ଗିରଫ । ଗିରଫଙ୍କ ମଧ୍ୟରେ ୫ ପୁରୁଷ ଥିବାବେଳେ ୬ ଜଣ ମହିଳା ଅଛନ୍ତି। ଗତକାଲି ଏନେଇ ଯାଜପୁର ଏସ୍ପି ରାହୁଲ ପି.ଆର୍. ସୂଚନା ଦେଇଥିଲେ। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ତାକୁ ନେଇ ଚାଲିଛି ତଦନ୍ତ। ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗତକାଲି ପୋଲିସ ୨୨ ଜଣଙ୍କୁ ଉଠାଇ ନେଇଥିଲା। ତେବେ ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବାଛୋଳ ପଞ୍ଚାୟତରେ ବୁଥ୍ ରିଗିଂ ଉଦ୍ୟମ ବେଳର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି ।

Comments are closed.