ଭୁବନେଶ୍ୱର: ଏପ୍ରିଲ ୧୮: ଆଜି ବିଭିନ୍ନ ଦାବି ପୂରଣରେ ଓଡ଼ିଶା ଡ୍ରାଇଭର ମହାସଂଘ ମାଷ୍ଟର କ୍ୟାଣ୍ଟିନ୍ ଛକରେ ପୁଣି ଆନ୍ଦୋଳନ କରିଛନ୍ତି । ଦାବି ପୂରଣ ନହେଲେ ରାସ୍ତାରୁ ହଟିବୁ ନାହିଁ ବୋଲି ସିଧା ସିଧା ଶୁଣାଇଛନ୍ତି । ଫଳରେ ଯାତ୍ରୀମାନେ ନା ଭୁବନେଶ୍ୱର ଭିତରକୁ ଆସିପାରୁଛନ୍ତି ନା ଯାଇପାରୁଛନ୍ତି । ଦୂର ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।
ସାଧାରଣ ନାଗରିକମାନେ ଯିବାଆସିବା କରିବାରେ ବାଧା ଉପୁଜିଛି । ଅନ୍ୟପକ୍ଷରେ, ଆନ୍ଦୋଳନ ଫଳରେ ଭୁବନଶ୍ୱରରେ ଚାଲୁଥିବା ‘ମୋ ବସ୍’ ସେବାରେ ଥିବା କିଛି ଗାଡ଼ିକୁ ବନ୍ଦ କରାଯାଇଛି ।
📢Notice
Due to the Driver Mahasanga rally, #MoBus service has been disrupted across several routes. Rt. Nos. 10, 11, 12, 13, 16, 17, 20, 50 & 70 have been stopped & 20, 21, 22A, 23, 25, 27, 28, 30, 32, 33, 34 & 35 have been diverted.
We deeply regret the inconvenience caused.
— Capital Region Urban Transport (@CRUT_BBSR) April 18, 2022
ମାଷ୍ଟର କ୍ୟାଣ୍ଟିନ୍ରୁ ଓଡ଼ିଶା ଡ୍ରାଇଭର ମହାସଂଘର ଡ୍ରାଇଭମାନେ ରାଲିରେ ଯାଇ ନବୀନ ନିବାସ ଘେରାଉ କରିବେ ବୋଲି ସୂଚନା ମିଳିଛି । ଆଜି ଭୋରରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଭୁବନେଶ୍ୱରରେ ପହଞ୍ଚି ମାଷ୍ଟରକ୍ୟାଣ୍ଟିନ୍ ଛକରେ ସେମାନେ ଏକତ୍ରୀତ ହୋଇଛନ୍ତି ।
ଏହି ଆନ୍ଦୋଳନ ଫଳରେ ରସୁଲଗଡ଼, ବାଣୀବିହାର, ରାଜମହଲ , ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଆଦି ଛକ ମଧ୍ୟ ଜାମ୍ ସୃଷ୍ଟି ହୋଇଛି ।
ଡ୍ରାଇଭର୍ଙ୍କ ଦାବି ଅନୁସାରେ, ସଂଘଛ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ୫୫ ବର୍ଷ ପରେ ପେନସନ ଦିଆଯାଉ । ଏହାଛଡ଼ା ଡ୍ରାଇଭମାନଙ୍କୁ ଆବାସ ଯୋଜନାରେ ଗୃହର୍ନିମାଣ, ଡ୍ରାଇଭରଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବାକୁ ମଧ୍ୟ ସଂଘ ଦାବି କରିଛି ।
ତେବେ ଏହି ସବୁ ଦାବି ପୂରଣ ନହେଲେ, ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି । ଯଥାଶୀଘ୍ର ଦାବି ପୂରଣ ନହେଲେ ଏହିପରି ଆନ୍ଦୋଳନ ଆଗକୁ ହେବ ବୋଲି ଓଡ଼ିଶା ଡ୍ରାଇଭର୍ ମହାସଂଘ ସରକାରଙ୍କୁ ଚେତାଇ ଦେଇଛନ୍ତି ।

Comments are closed.