ଆସନ୍ତା କାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରିବ କଂଗ୍ରେସ

ଭୁବନେଶ୍ୱର: ନଭେମ୍ବର ୧୧: ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି । ମନ୍ତ୍ରୀଙ୍କ ଇସ୍ତାଫା ସହିତ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ କଂଗ୍ରେସ ଏହି ବନ୍ଦ ଡ଼ାକରା ଦେଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ପୂର୍ବରୁ ଏହି ବନ୍ଦ ପାଳନ ୧୨ ଘଣ୍ଟା ହେବାର ଥିଲା ବେଳେ ପରବର୍ତ୍ତୀ ସମୟରେ ଏହାର ଅବଧିକୁ କମାଯାଇ ୬ ଘଣ୍ଟା କରାଯାଇଥିଲା ।

କଂଗ୍ରେସର ବନ୍ଦ ନିୟମ ଅନୁସାରେ, ଅତ୍ୟାବଶ୍ୟକୀୟ ସେବାଗୁଡ଼ିକରେ ବାଧା ଦିଆଯିବ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ । କୌଣସି ପ୍ରକାର ହିଂସାକାଣ୍ଡ କରାଯିବ ନାହିଁ । କିନ୍ତୁ ଦୋକାନ ବଜାର ଗାଡ଼ି ମଟର ବନ୍ଦ ସବୁ କରାଯିବ । କଂଗ୍ରେସର ଏହି ବନ୍ଦ ପାଳନ ହେବା ପୂର୍ବରୁ ହିଁ ଏହାର ଅବଧି ହ୍ରାସ କରାଯାଇଥିଲା । ଯାହା ଅଭିଯାନକୁ ଆରମ୍ଭରୁ ହିଁ ଦୁର୍ବଳ କରିଦେଇଛି ବୋଲି ଚର୍ଚ୍ଚା ହେଉଛି ।

Govt

Comments are closed.