ବଲାଙ୍ଗିର: ସେପ୍ଟମ୍ବର ୨୧: ବଲାଙ୍ଗିର ଅସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ।ଏଥିସହ ହରିଶଙ୍କର, ନୃସିଂହନାଥ ରୂପାନ୍ତର ପ୍ରକଳ୍ପର ଶିଳାନ୍ୟାସ କରିବେ । ଜିଲ୍ଲାର ବିକାଶ ପାଇଁ ପ୍ରାୟ ୬ଶହକୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ତୃଣମୂଳସ୍ତରରେ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାର ୧୪ଟି ବ୍ଲକ ପାଇଁ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ଦଳୀୟ ଉପଦେଷ୍ଟାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ।
ବଲାଙ୍ଗିର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ବଦଳିବ ଭିତ୍ତିଭୂମି । ହରିଶଙ୍କର, ନୃସିଂହନାଥ ପ୍ରକଳ୍ପର ପଡିବ ନିଅ । ୨୨ତାରିଖରେ ଜିଲ୍ଲା ଗସ୍ତରେ ଆସି ବିଜୁ ସ୍୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଡ ଦେଖାଇ ମାଗଣାରେ ଉନ୍ନତ ସ୍୍ୱାସ୍ଥ୍ୟ ସେବା ପାଇପାରିବେ । ପ୍ରତି ପରିବାରକୁ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ । ରାଜ୍ୟ ସହ ଦେଶର ୨୦୦ଟି ହସପିଟାଲରେ କାର୍ଡ ଜରିଆରେ ମିଳିବ ଚିକିତ୍ସା ସୁବିଧା । ସ୍୍ୱତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ଟିଟିଲାଗଡ଼ ମିନି ଷ୍ଟାଡିୟମ ଯାଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବେ । ଏହାପରେ ପାଟଣାଗଡ଼ରେ ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ହରିଶଙ୍କର ନୃସିଂହନାଥ ବିକାଶ ପ୍ରକଳ୍ପର ଶିଳାନ୍ୟାସ ହେବ । ବଲାଙ୍ଗିର ଅତ୍ୟାଧୁନିକ ବସଷ୍ଟାଣ୍ଡ ଉଦଘାଟନ କରିବା ସହ ପାନୀୟ ଜଳଯୋଗାଣ, କୃଷି, ଜଳସେଚନ ଭଳି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ସେପଟେ ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ହରିଶଙ୍କର, ନୃସିଂହ ନାଥ ବିକାଶ ପ୍ରକଳ୍ପର ପଡିବ ନିଅ । ଦୁଇ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ଯ୍ୟଟନକୁ ଗୁରୁିତ୍ୱ ଦେଉଛନ୍ତି ରାଜ୍ୟ ସରକାର ।

Comments are closed.