ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳକୁ ଭାରତ ସରକାର ୬ ମାସ ବୃଦ୍ଧି କରିଛନ୍ତି । ସେପେଫମ୍ବର ୧ରୁ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବଢ଼ିଛି ।
ଶ୍ରୀ ମହାପାତ୍ରଙ୍କ କାର୍ଯକାଳ ବୃଦ୍ଧି କରିବା ନେଇ ରାଜ୍ୟ ସରକାର ୧୦ ଅଗଷ୍ଟରେ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପତ୍ରରେ ପ୍ରସ୍ତାବ ଦେଇଥିଲେ । ଭାରତ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରି ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଇଛନ୍ତି ।
ଓଡିଶା କ୍ୟାଡରର ୧୯୮୬-ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ମହାପାତ୍ର ଅସିତ ତ୍ରିପାଠୀଙ୍କ ବଦଳରେ ଡିସେମ୍ବର ୨୦୨୦ ରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ ହୋଇଥିଲେ ।

Comments are closed.