ଭୁବନେଶ୍ୱର: ନଭେମ୍ୱର ୧୧: ଆଇଓସିଏଲ(ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍)ର ନିର୍ଦ୍ଦେଶକ ଭାବେ ସୁଦୀପ୍ତ ରାୟ ନିଯୁକ୍ତ ହୋଇଛନ୍ତି । ସେ ଏହି ଦାୟିତ୍ୱରରେ ଥିବା ପ୍ରଥମ ଓଡ଼ିଆ । ସେ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପିର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିବା ସହ ବର୍ତ୍ତମାନ ରାଜ୍ୟ ବିଜେପି ଦଳର ମୁଖପାତ୍ର ଅଛନ୍ତି ।
ସୂଚନା ଯୋଗ୍ୟଯେ, ପୂର୍ବ ଭାରତର ବିକାଶ ପାଇଁ ଓଡ଼ିଶାକୁ ପ୍ରାଧାନ୍ୟ ଅବସରରେ ସୁଦୀପ୍ତଙ୍କୁ ଇଣ୍ଡିଆନ ଅଏଲ କମ୍ପାନୀର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗ ଅଧିନରେ ସେ ଦୁଇ ଦୁଇ ଥର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ଏହାସହିତ ତାଙ୍କ ଅଧ୍ୟକ୍ଷତା ସମୟରେ ଚାଷୀମାନଙ୍କଠାରୁ ଧାନ କିଣା ହେବା ଏବଂ ରାଜ୍ୟରେ ଦୁଇ ଟଙ୍କିଆ ଚାଉଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ସେହିପରି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଭାରତ ହେଭି ଇଣ୍ଡଷ୍ଟ୍ରିଜ ଲିମିଟେଡ୍- ଭେଲର ସ୍ୱାଧୀନ ନିର୍ଦ୍ଦେଶିକା ଭାବେ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି ।

ଦୁଇଦିନ ତଳେ ରାଜ୍ୟ ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କୁ ଏସଇସିଏଲର ନିର୍ଦ୍ଦେଶକ ମଣ୍ଡଳୀରେ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଥିଲା ।

ଦେଶର ବୃହତମ କୋଇଲା ଉତ୍ପାଦନକାରୀ କମ୍ପାନି ସାଉଥ ଇଷ୍ଟର୍ଣ୍ଣ କୋଲଫିଲïସ ଲିମିଟେଡେ ର ୩ ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ମିଳିଛି ।

Comments are closed.