ଆସିଲାଣି ସଞ୍ଜ

ପ୍ରଶାନ୍ତ କୁମାର ଦାଶ, କୁଞ୍ଜର ସଙ୍ଗଳାଇ, ପିପିଲି ପୁରୀ -୭୫୨୧୦୪, ମୋବାଇଲ୍‌ ନମ୍ବର-୯୬୬୮୮୨୨୧୯୦

ଆକାଶର ରଙ୍ଗ ଧୂସର ଦିଶୁଛି
ମଉଳିଗଲାଣି ଖରା
ଫେରିଯିବା ପାଇଁ ଦିନ ସଜବାଜ
ନୀରବି ଯାଉଚି ଧରା

ମାଆ କହିଲେଣି ସଞ୍ଜ ନଇଁଲାଣି
ସଅଳ ସାରିକି ଖେଳ
କୁନା ମୁନା ରୁନା ଫେରି ଆସ ଘରେ
ହେଲାଣି ପଢିବାବେଳ

ତୁମ ଆଗେ ଲମ୍ବା ସମୟ ପଡିଛି
ମୋ ପାଖେ ସମୟ ନାହିଁ
ଘରର ପାଇଟି ସାରିଦେବି ସବୁ
ସଞ୍ଜ ଚାଲିଯିବ ଧାଇଁ

ନୀଡ଼ ଲେଉଟାଣି ପକ୍ଷୀ ଫେରିଲେଣି
ଥଣ୍ଟରେ ଆହାର ଧରି
ରାତି ଆସିଲାଣି ଚଷାପୁଅ ଫେରେ
କ୍ଷେତରୁ ପାଇଟି କରି

ହାଟରୁ ସଉଦା ସାରି ନବଘନ
ଫେରି ଆସିଲା ତା ଗାଆଁ
ଟୋପାଏ କାକର ଆକାଶଛାତିରୁ
ପଡିଲା ମାଟିରେ ଛାଆଁ

ଦାଣ୍ଡଅଗଣାରେ ଆଇ କହିଦେଲା
ମଜା ଗପ ହସି ହସି
ଟୁକୁନା ଶୁଣିଲା ପାଠପଢା ସାରି
ଗପ ଆଇପାଖେ ବସି

ସାଇକେଲ ଚଢି ବଜାରକୁ ଗଲେ
ଅଜାତ ଆଣିବେ ଖଜା
ଖଜା ଗଜା ଖାଇ ପିଲାଏ କରିବେ
ଖୁସି ଓ ମଉଜ ମଜା

ସଞ୍ଜଗଡିଯିବ ସମୟ ବଢିବ
ବହଳ ହୋଇବ ରାତି
ନିଘୋଡ଼ ନିଦରେ କୁନା ଶୋଇଯିବି
ବୋଉକୋଳେ ମଥାପାତି

Launching Ceremony of “AYUSHMAN BHARAT

Comments are closed.