ନାସାରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଓଁ ନାରାୟଣୀ

ସମୟ ଲାଇଭ,୧୩/୧୧:ଦୃଢ ଇଛାଶକ୍ତି ଆୁ କଠିନ ଅଧ୍ୟମସାୟ ବଳରେ କେନ୍ଦ୍ରାପଡାର ଝିଅ ଓଁ ନାରାୟଣୀ ଏବେ ବିଶ୍ୱର ସର୍ବବୃହତ ମହାକାଶ ଗବେଷଣା ସଂସ୍ଥାରେ ସାମିଲ ହୋଇପାରିଛନ୍ତି। ଏଭଳି କୃତିତ୍ୱ ଅର୍ଜନ କରି ନାରାୟଣୀ ରାଜ୍ୟ ଓ ଦେଶ ପାଇଁ ଗୈାରବ ଆଣିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ହାଟସାହିର ତଥା ଏବେ ଆମେରିକାରେ ରହୁଥିବା ବିରଞ୍ଚି ନାରାୟଣ ଓ ଗୀତାଞ୍ଜଳି ନାୟକଙ୍କ କନ୍ୟା ଓଁ ନାରାୟଣୀ। ଓଁ ନାରାୟଣୀଙ୍କ ବୟସ ଏବେ ମାତ୍ର ୨୮ବର୍ଷ।ପିଲାବେଳୁ ମହାକାଶ ବିଜ୍ଞାନ ପ୍ରତି ରୁଚି ରଖିଥିବା ନାରାୟଣୀ ଆଜି ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ଆମେରିକାର ବର୍କଲେ ବିଶ୍ୱବିଦ୍ୟାଳୟ ଓ ଜନ୍‌ ହପକିନ୍ସ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ଇମ୍ପାରିଆଲ୍‌ କଲେଜରେ ସେ ପାଠ ପଢିଛନ୍ତି। ନିଜେ ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ପରେ ନାରାୟଣୀ ଏହି ସଫଳତା ପାଇପାରିଛନ୍ତି। ଏହି ସଫଳତା ପାଇବା ପରେ ଚାରିଆଡୁ ତାଙ୍କ ନିକଟକୁ ଛୁଟିଆସୁଛି ପ୍ରଶଂସାର ଅଜଶ୍ର ସୁଅ।

 

 

Launching Ceremony of “AYUSHMAN BHARAT

Comments are closed.