ଓଡ଼ିଆ ଡାକ୍ତରଙ୍କ ନାଁରେ ଅଙ୍ଗତସ୍କରୀ ଅଭିଯୋଗ

0

କେନିଆ : ଅଙ୍ଗତସ୍କରୀ ଅଭିଯୋଗରେ ଫସିଲେ ଓଡ଼ିଆ ଡାକ୍ତର । କେନିଆରେ ଓଡ଼ିଆ ଡାକ୍ତର ତଥା ମେଡ଼ି ହିଲ ହସ୍ପିଟାଲର ପ୍ରତିଷ୍ଠାତା ଡାକ୍ତର ସ୍ୱରୂପ ମିଶ୍ରଙ୍କ ନାଁରେ ସଂଗୀନ ଅଭିଯୋଗ । ସେ କେନିଆର ପୂର୍ବତନ ସାଂସାଦ ମଧ୍ୟ ରହିଛନ୍ତି । ଡାକ୍ତର ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ମେଡିହିଲ୍ ହସ୍ପିଟାଲରେ କିଡନୀ ପ୍ରତିରୋପଣ ପ୍ରକ୍ରିୟା ସହିତ ଜଡିତ ଅନୈତିକ ଏବଂ ବେଆଇନ କାର୍ଯ୍ୟକଳାପର ଅଭିଯୋଗ ଆସିଛି । ଏହା ଏକ ଚାରିଟି ହସ୍ପିଟାଲ ଇ ଏଠାରେ ସୁଲଭ ମୂଲ୍ୟରେ ଗରିବ ଲୋକଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଥାଏ । ତେବେ ବର୍ତ୍ତମାନ ଅଭିଯୋଗ ଆଁଶିଜେ ଏଥରେ ଗରିବ ଲୋକଙ୍କ ଠାରୁ କିଡ୍ନୀ କଢ଼ାଯାଇ ଅଧିକ ଟଙ୍କା ନେଇ ଧନୀ ଲୋକଙ୍କ ଠାରେ ଏହା ପ୍ରତିରୋପଣ କରାଯାଇଥାଏ ।

ଅଭିଯୋଗ ପରେ, ରାଷ୍ଟ୍ରପତି ୱିଲିୟମ୍ ରୁଟୋ ସମ୍ପ୍ରତି ଡାକ୍ତର ମିଶ୍ରଙ୍କୁ କେନିଆ ବାୟୋଭାକ୍ସ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ପଦରୁ ନିଲମ୍ବିତ ଆଦେଶ ଦେଇଛନ୍ତି । କେନିଆ ଗୃହରାଷ୍ଟ୍ର ମୁଖପାତ୍ର ହୁସେନ ମହମ୍ମଦ ଏକ ବିବୃତ୍ତିରେ କହିଛନ୍ତି ଯେ ଏଲଡୋରେଟର ମେଡିହିଲ୍ ହସ୍ପିଟାଲ ଏବଂ ଫର୍ଟିଲିଟି ସେଣ୍ଟରରେ କିଡନୀ ପ୍ରତିରୋପଣକୁ ନେଇ ବହୁ ଅନୈତିକ ଏବଂ ବେଆଇନ କାର୍ଯ୍ୟକଳାପ ହେଉଥିବା ଅଭିଯୋଗ ଆସିଛି । ଏନେଇ ସମ୍ପୃକ୍ତ ଡାକ୍ତର ସ୍ୱରୂପ ମିଶ୍ରଙ୍କ ଏବଂ ଅନ୍ୟ ୩ ଜଣଙ୍କରେ ନାଁରେ ଗୁରୁତର ଅଭିଯୋଗ ହୋଇଛି । ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ତଦନ୍ତ ଫଳାଫଳ ପର୍ଯ୍ୟନ୍ତ ଏହି ୩ ଡାକ୍ତରଙ୍କ ଉପରେ ନିଲମ୍ବନ ଆଦେଶ ବଳବତ୍ତର ରହିବ।

ଏହା ବ୍ୟତୀତ, ସ୍ୱାସ୍ଥ୍ୟ କ୍ୟାବିନେଟ ସଚିବ ଆଡେନ ଡୁଏଲ ମେଡିହିଲ ଗ୍ରୁପ୍ ଅଫ୍ ହସ୍ପିଟାଲରେ ଅବହେଳା ଏବଂ ନୈତିକ ଉଲ୍ଲଂଘନର ଅଭିଯୋଗ ପରେ ସମସ୍ତ କିଡନୀ ପ୍ରତିରୋପଣ ସେବାକୁ ତୁରନ୍ତ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ମେଡିହିଲର କିଡନୀ ପ୍ରତିରୋପଣ କାର୍ଯ୍ୟର ଅଡିଟ୍ କରିବା ପାଇଁ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଗଠନ ଘୋଷଣା କରିଛନ୍ତି। ୯୦ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରାଯିବ । ଏଥିରେ ପାକିସ୍ଥାନର ଜଣେ ଡାକ୍ତରଙ୍କ ସମ୍ପୃକ୍ତି ରହିଥିଲା ସୂଚନା ମିଳିଛି ।

ଡାକ୍ତର ସ୍ୱରୂପ ମିଶ୍ର ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଏରାସାମା ବ୍ଲକର ପଞ୍ଚପାଲି ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ କେନିଆର ମେଡିହିଲ୍ ଗ୍ରୁପ୍ ଅଫ୍ ହସ୍ପିଟାଲ୍ସର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ, ଯେଉଁଠାରୁ ସେ ୧୯୯୭ ମସିହାରେ ଡାକ୍ତରୀ ଅଭ୍ୟାସ ଆରମ୍ଭ କରିଥିଲେ। ବ୍ରହ୍ମପୁରର MKCG ମେଡିକାଲ୍ କଲେଜ ଏବଂ ହସ୍ପିଟାଲରୁ MBBS ଏବଂ ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ PG ସମାପ୍ତ କରିବା ପରେ, ୧୯୯୭ ମସିହାରେ କେନିଆ ଯିବା ପୂର୍ବରୁ ସେ ଏକ ଘରୋଇ ହସ୍ପିଟାଲରେ କିଛି ସମୟ ପାଇଁ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.