ଇଣ୍ଡିଆ ଗେଟ୍‌ରେ ପ୍ରତିଷ୍ଠା ହେବାକୁ ଥିବା ନେତାଜୀଙ୍କ ଷ୍ଟାଚୁ୍ୟ ନିର୍ମାଣରେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ

ଭୁବନେଶ୍ୱର: ଜାନୁଆରୀ ୨୨: ଆସନ୍ତା କାଲି ନେତାଜୀଙ୍କ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀରେ ଥିବା ଇଣ୍ଡିଆ ଗେଟ୍‌ ନିକଟରେ ବୀରା ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥଲେ । ତାଙ୍କର ଏହି ବଡ଼ ଘୋଷଣା ପରେ ପ୍ରତିମୂର୍ତ୍ତି ନିର୍ମାଣକୁ ନେଇ ତତ୍ପରତା ଦେଖାଯାଇଥିଲା । ଖ୍ୟାତିସମ୍ପନ୍ନ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ଅଦେ୍ୱðତ୍ୟ ଗଡ଼ନାୟକ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି ।

ଶୀଳ୍ପ ଅଦେ୍ୱðତ୍ୟ କହିଛନ୍ତି, ପ୍ରତିମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇ ସାରିଛି ଏବଂ ଅଗଷ୍ଟ ୧୫ ପୂର୍ବରୁ ନିର୍ମାଣ କାମ ଶେଷ ହେବ । ତାଙ୍କ ଅଧିନରେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୩୦ ଶିଳ୍ପୀ ନିୟୋଜିତ ହୋଇଛନ୍ତି । ସେହି ଶିଳ୍ପମାନଙ୍କ ମଧ୍ୟରେ ଅଧିକାଶଂ ଦକ୍ଷିଣ ଭାରତୀୟର ଶିଳ୍ପୀ ରହିଛନ୍ତି ।

ଶିଳ୍ପୀ ଅଦେ୍ୱðତ୍ୟ ଗଡ଼ନାୟକ ଏବେ ନ୍ୟାସନାଲ ଗ୍ୟାଲେରୀ ଅଫ୍‌ ମଡର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ୨୦୧୪ରେ ସେ ବିଜେପିର ଓଡ଼ିଶା କଳା ଏବଂ ସଂସ୍କୃତି ବିଭାଗର ସଂଯୋଜକ ପଦ ସମ୍ଭାଳିଥିଲେ । ସେ ଢ଼େଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ନିଜ କଳାକୁ ଉନ୍ନତ କରିବା ପାଇଁ ସେ ଭୁବନେଶ୍ୱର ସ୍ଥିତ ବି.କେ ଆର୍ଟ ଆଣ୍ଡ କ୍ରାଫ୍‌ଟ କଲେଜରେ ପଢ଼ିଥିଲେ । ଏହାପରେ ସେ ୧୯୯୫ ମସିହାରେ ଲଣ୍ଡନର ‘ସ୍ଲେଡ୍‌ ସ୍କୁଲ ଅଫ୍‌ ଫାଇନ୍‌ ଆର୍ଟ’ କଲେଜରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ ।

ଦିଲ୍ଲୀରେ ଥିବା କଳା ମାର୍ବଲରେ ନିର୍ମିତ ଗାନ୍ଧୀଙ୍କ ଲବଣାସତ୍ୟାଗ୍ରହ ପ୍ରତିମୂର୍ତ୍ତିରେ ତାଙ୍କର ଅବଦାନ ରହିଛି । ଏହାସହିତ ଲୋଧି ଗାର୍ଡେନରେ ଥିବା କିଛି କଳାକୃତି ଏବଂ ଗାନ୍ଧୀ ମୁ୍ୟଜିୟମରେ ଥିବା ‘ହରିଦୟାଲ କୁଞ୍ଜ’ଚିତ୍ରରେ ତାଙ୍କର ଅବଦାନ ରହିଛି ।

Govt

Comments are closed.