ଭୁବନେଶ୍ୱର: ଜୁନ୍ ୨୪: ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଠ କଳାକାର ରାଇମୋହନ ପରିଡ଼ା ଆଜି ଆତ୍ମହତ୍ୟା କରିଛନ୍ତି । ତାଙ୍କ ବାସଭବନରୁ ମୃତ ଦେଶ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣ ପାଇଁ ସେ ଏହି ବଡ଼ ପଦକ୍ଷେପ ନେଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।
ରାଇମୋହନ ଓଡ଼ିଆ ଚଳଚ୍ଚିତ୍ରରେ ନକାରାତ୍ମକ ଭୂମିକା ପାଇଁ ଲୋପ୍ରିୟ । ଫିଲ୍ମ ‘ରଣଭୂମି’ରେ ତାଙ୍କର ଏକ ଡାଇଲଗ୍ ‘ହୋଇଟି ଆନାନି ଜ୍ୟୋତି ମାଷ୍ଟରାଣୀ’ ବହୁତ ଲୋକପ୍ରିୟ ହୋଇଥିଲା । ସେ ୯୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୧୫ ରୁ ଅଧିକ ବଙ୍ଗଳା ଚଳଚ୍ଚିତ୍ର ଏବଂ ଥିଏଟରରେ ୪୦ ଟି ଓଡ଼ିଆ ନାଟକରେ ଅଭିନୟ କରିସାରିଛନ୍ତି ।
ସେ କରଞ୍ଜିଆ କଲେଜରୁ ତାଙ୍କ କଲେଜ ସମାପ୍ତ କରିଥିଲେ ଏବଂ ପରେ ଭୁବନେଶ୍ୱରର ଉତ୍କଳ ସଙ୍ଗୀତା ମହାବିଦ୍ୟାରେ ପ୍ରବେଶ କରିଥିଲେ । ସେ ତାଙ୍କ କଲେଜ ସମୟରେ ବହୁ ସମ୍ମାନ ଓ ପୁରସ୍କାର ହାସଲ କରିଥିଲେ । ରାଇମୋହନ ଥିଏଟର ନିର୍ଦ୍ଦେଶକ ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପରେ ଅଭିନୟ ମୁହାଁ ହୋଇଥିଲେ । ସେ ୧୯୮୫ ରେ ଅଭିନୟ ଆରମ୍ଭ କରିଥିଲେ । ୧୯୮୭ ମସିହାରେ ସେ ‘ସାଗର’ ଚଳଚ୍ଚିତ୍ରରେ ଏକ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ ।

Comments are closed.