ରାଜଧାନୀରେ ଲାଗୁ ହେଲା ଅଡ୍‍-ଇଭିନ୍‍ ନିୟମ

ସମୟ ଲାଇଭ,୪/୧୧: ନୂଆ ଦିଲ୍ଲୀରେ ପ୍ରଦୂଷରର ମାତ୍ରା ଦିନକୁ ଦିନ ବଢ଼ିବାକୁ ଲାଗିଛି। ତେବେ ଏହାକୁ ଦୃଷ୍ଟିରେ ରଖି କେଜରୀୱାଲ ସରକାର ରାଜଧାନୀରେ ଅଡ଼୍‍-ଇଭିନ୍‍ ନିୟମ ଲାଗୁ କରିଛନ୍ତି। ଏହି ନିୟମ ନଭେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ଏହି ନିୟମ ଅନୁସାରେ ଯେଉଁ ମଙ୍କସର ଯୁଗ୍ମ ତାରିଖରେ କେବଳ ଯୁଗ୍ମ ନଂ ଥିବା ଗାଡ଼ି ହିଁ ଚାଳକ ଚଳାଇପାରିବେ। ଅର୍ଥା ୪, ୬,୮,୧୦,୧୨,୧୪…ଆଦି ତାରିଖରେ ଗାଡ଼ି ନଂର ଶେଷ ଅଙ୍କ ୦,୨,୪,୬ କିମ୍ବା ୮ଥିବା ଗାଡ଼ି ହିଁ ସଡ଼କରେ ଚାଲିପାରିବ। ସେହିପରି ମଙ୍କସର ଅଯୁଗ୍ମ ତାରିଖରେ ଅର୍ଥାତ୍‍ ୫,୭,୯,୧୧,୧୩,୧୫… ଆଦି ତାରିଖରେ ଗାଡ଼ି ନଂ ଶେଷ ଅଙ୍କ ୧,୩,୫,୭ ଓ ୯ ଥିବା ଗାଡ଼ି ହିଁ ଚାଲିପାରିବ। ତେବେ ଏହି ନିୟମ ପ୍ରତ୍ୟେକ ସକାଳ ୮ଟାରୁ ଲାଗୁ ହେବ।

Launching Ceremony of “AYUSHMAN BHARAT

Comments are closed.