ବିଲଡିଂ ପ୍ଲାନ ଅନୁମୋଦନ ପୂର୍ବରୁ ଅକୁପାନ୍ସି ସାର୍ଟିଫିକେଟ ବାଧ୍ୟତାମୂଳକ

ଭୁବନେଶ୍ୱର : ବିଲ୍ଡର ସଂସ୍ଥାକୁ ସୁପ୍ରିମ କୋର୍ଟଙ୍କ କଡା ନିର୍ଦେଶ । ବିଲଡିଂ ପ୍ଲାନ ଅନୁମୋଦନ ପୂର୍ବରୁ ଏଣିକି ବାଧ୍ୟତାମୂଳକ ହେବ ଆପାର୍ଟମେଣ୍ଟରେ ଅକ୍ୟୁପାନ୍ସି ସାର୍ଟିଫିକେଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନଗର ଉନ୍ନୟନ ବିଭାଗ ଆଣିଛି ବିସ୍ତୃତ ଗାଇଡଲାଇନ। ବିଭାଗ ପକ୍ଷରୁ ଜାରି ହୋଇଛି ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି। ନିର୍ମାଣ ସମୟରେ କଡ଼ାକଡ଼ି ହେବ ଯାଞ୍ଚ ପ୍ରକ୍ରିୟା । OC ଜାରି ପରେ ପ୍ଲାନ୍ ଉଲ୍ଲଂଘନ ଜଣାପଡ଼ିଲେ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଏହାକୁ ଆକ୍ଟିଭିଷ୍ଟ, ଆଇନଜୀବୀ ସମସ୍ତେ ସ୍ବାଗତ କରିଛନ୍ତି।

OC ପାଇଁ ଅଣ୍ଡରଟେକିଂ ନଦେଲେ ବିଲଡରଙ୍କୁ ମିଳିବନି ପ୍ଲାନ ଅନୁମୋଦନ। OC ନଥିଲେ ମିଳିବନି ପାଣି, ବିଜୁଳି, ସ୍ବେରେଜ ସଂଯୋଗ କିମ୍ବା ଘରକୁ ଗ୍ୟାରେଣ୍ଟି ଭାବେ ରଖିପାରିବନି ବ୍ୟାଙ୍କ। ପ୍ରକଳ୍ପ ସ୍ଥଳରେ ବିଲଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅନୁମୋଦିତ ପ୍ଲାନ୍ର ବୋର୍ଡ ଲଗାଇବେ । ଏସବୁ ପରେ ଯଦି ପରବର୍ତ୍ତୀ ଅବସ୍ଥାରେ ପ୍ଲାନ ମୁତାବକ ଆବାସିକ ବିଲଡିଂ ନିର୍ମାଣରେ କିଛିଟା ତ୍ରୁଟି ଥିବା ପରିଲକ୍ଷିତ ହୁଏ, ତାହେଲେ ସ୍ଥାନୀୟ ପ୍ରଶାସନ ଓ ବିଲଡରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୀର୍ଘଦିନର ଲଢେଇ ପରେ ଓସି ଓ ସିସି ନେଇ ବିଭାଗର ବିଜ୍ଞପ୍ତି ବାହାରିଛି ।

କୌଣସି ବି କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଅବୈଧ କୋଠାରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ପାଇଁ ଟ୍ରେଡ ଲାଇସେନ୍ସ ପ୍ରଦାନ କରିବେ ନାହିଁ । କଲେ ସମ୍ପୃକ୍ତ ପ୍ରଶାସନ ଆଇନ ଅନୁୟାୟୀ ଦାୟୀ ରହିବେ । ଯେଉଁଠି ବି କୋଠା ନିର୍ମାଣ କରାଯିବ ସେଠାକାର ସ୍ଥାନୀୟ ପରିବେଶ, ଜୋନାଲ ପ୍ଲାନ ଓ ସର୍ବସାଧାରଣଙ୍କ ସ୍ବାର୍ଥକୁ ବିଚାରକୁ ନିଆଯାଇ ପ୍ଲାନ୍ ଅନୁମୋଦନ କରାଯିବ । ନିୟମ ବହିର୍ଭୁତ ନିର୍ମାଣ ନେଇ ଯଦି ଗୋଟିଏ ସରକାରୀ ବିଭାଗ ଅନ୍ୟ ବିଭାଗର ସହଯୋଗ ଲୋଡ଼େ ତାହେଲେ ସେ କ୍ଷେତ୍ରରେ ବିଭାଗ ମଧ୍ୟରେ ତୁରନ୍ତ ସମନ୍ବୟ ରକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Launching Ceremony of “AYUSHMAN BHARAT

Comments are closed.