ମେଦବହୁଳତା

ଜୀବନରେ ବ୍ୟସ୍ତତା ମଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ସେଥିମଧ୍ୟରୁ ଅନେକ ସମସ୍ୟା ଏଭଳି ଥାଏ, ଯାହା କେତେକଙ୍କର ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ ବୋଲି ଧାରଣା ରହିଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ମେଦବହୁଳତା ବା ଓବେସିଟି । ଓବେସିଟି ସମସ୍ୟା ଥିବା ଲୋକଙ୍କୁ ନିଜର ଅଧିକ ମୋଟା ଶରୀର ପାଇଁ ବେଳେବେଳେ ଖରାପ ଲାଗିଥାଏ, ଯାହା ସେମାନଙ୍କ ଆତ୍ମବିଶ୍ୱାସକୁ କମାଇଥାଏ । ଓବେସିଟି ସମସ୍ୟା ଭୋଗୁଥିବା ଲୋକଙ୍କୁ କିଛିଟା ଦିଗରେ ଧ୍ୟାନଦେଲେ ଏହି ସମସ୍ୟାରୁ ସେମାନେ ଅତି ସହଜରେ ମୁକ୍ତି ପାଇପାରିବେ ।
ମେଦବହୁଳତା ବା ମୋଟାପଣ ଅର୍ଥ କେବଳ ଆପଣ କିପରି ଦେଖାଯାଉଛନ୍ତି ତାହା ନୁହେଁ। ଏହାର ଅର୍ଥ ଆପଣଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବିନ୍ଧିତ ସମସ୍ୟା ବା ରିସ୍କ ବୃଦ୍ଧି ହେବା। ଦୁର୍ଭାଗ୍ୟବଶତଃ ଭାରତ ବିଶ୍ୱର ତୃତୀୟ ବୃହତ୍‌ ମେଦବହୁଳ ଦେଶ ଭାବେ ଉଭା ହୋଇଛି । ଆପଣଙ୍କ ଶରୀର ମାସ୍‌ଇଣ୍ଡେକ୍ସ ଆପଣଙ୍କର ମେଦବହୁଳ ବା ସାମାନ୍ୟ ଓଜନ ବୃଦ୍ଧି ତାହା ସ୍ଥିର କରିଥାଏ । ସାଧାରଣତଃ ୨୫ରୁ ୨୯.୯ ବିଏମ୍‌ଆଇ ଥିବା ବ୍ୟକ୍ତିଙ୍କୁ ଓଜନ ବହୁଳ ରୂପେ ବିବେଚନା କରାଯାଏ, କିନ୍ତୁ ୩୦ରୁ ଅଧିକ ବିଏମ୍‌୍‌ଆଇ ବ୍ୟକ୍ତିଙ୍କୁ ମେଦବହୁଳ ରୂପେ ବିବେଚନା କରାଯାଏ ।
ବିଏମ୍‌୍‌ଆଇ ଜାଣିବେ କିଭଳି
ଆପଣଙ୍କ ଓଜନକୁ କିଲୋଗ୍ରାମ୍‌ରେ ମିଟର(ଏମ୍‌୍‌)ରେ ଆପଣଙ୍କ ଉଚ୍ଚତା ସହିତ ଭାଗ କରନ୍ତୁ । ଆପଣଙ୍କ ବିଏମ୍‌୍‌ଆଇ ପାଇବା ପାଇଁ ପୁନର୍ବାର ଆପଣଙ୍କ ଉତ୍ତରକୁ ଉଚ୍ଚତା ସହିତ ଭାଗକରନ୍ତୁ । ଏହାପରେ ଆପଣ ବିଏମ୍‌ଆଇ ପାଇପାରିବେ ।
ସ୍ୱାସ୍ଥ୍ୟଗତ ସମସ୍ୟା
ଶରୀରର ଓଜନ ଅଧିକ ଥିଲେ ଟାଇପ୍‌-୨ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦ୍‌୍‌ରୋଗ, ଆଣ୍ଠୁଗଣwି ଯନ୍ତ୍ରଣା, ବନ୍ଧ୍ୟାଦୋଷ, ଅନିୟମିତ ଋତୁସ୍ରାବ, ଉଚ୍ଚ କୋଲଷ୍ଟ୍ରୋଲ୍‌, ଟ୍ରାଇଗ୍ଲିସେରାଇଡଡ୍ସ, ଡିପ୍ରେସନ୍‌, କ୍ୟାନସର ଏବଂ ଅନେକ କିଛି ଚିକିତ୍ସୀୟ ବିକୃତି ପରିଲକ୍ଷିତ ହୋଇଥାଏ ।
ସଫଳ ଚିକିତ୍ସା: ମେଦବହୁଳତାରେ ଡାକ୍ତରଙ୍କ ଔଷଧ ଆପଣଙ୍କ ହଜମ ଓ ମେଟାବୋଲିଜିମ୍‌୍‌ରେ ଉନ୍ନତି ସହିତ ଓଜନ ହ ୍ରାସ କରିବାରେ ସାହାଯ୍ୟ କରେ । ଏତଦ୍‌ବ୍ୟତୀତ ଓଜନ ହ ୍ରାସ ପାଇଁ କେତେକ ନିର୍ଦ୍ଦିଷ୍ଟ ଔଷଧ ସାଧାରଣ ସ୍ତରରୁ ଦ୍ରୁତତର କ୍ୟାଲୋରୀ ନଷ୍ଟ କରିବାରେ ସାହାଯ୍ୟ କରେ । ଔଷଧ ଦ୍ୱାରା ଆପଣ ବିନା ପାଶ୍ୱର୍ ପ୍ରତିକ୍ରିୟାରେ ଓଜନ ହ୍ରାସ କରିପାରିବେ ।

Launching Ceremony of “AYUSHMAN BHARAT

Comments are closed.