ତ୍ୱଚା ପାଇଁ ଲାଭକାରୀ ଓଟ୍ସ ପେଷ୍ଟ୍‌

ତ୍ୱଚାର ଯତ୍ନ ନେବା ପାଇଁ ଆପଣଙ୍କୁ ପ୍ରତିଥର ପାର୍ଲର ଯିବା ଜରୁରୀ ନୁହେଁ । ଆପଣ ଘରେ ରହି ବି ତ୍ୱଚାର ଯତ୍ନ ନେଇପାରିବେ ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ । ଘରେ ଉପଲବ୍ଧ ଥିବା ସାମଗ୍ରୀକୁ ବ୍ୟବହାର କରି ତ୍ୱଚାର ଉଜ୍ୱଳତାକୁ ଫେରାଇ ଆଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଦରକାର ଓଟ୍ସ ଏବଂ କ୍ଷୀର । ପ୍ରଥମେ ଦୁଇ ଚାମଚ ଓଟ୍ସକୁ ଅଧା କପ କ୍ଷୀରରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ । ଓଟ୍ସ ନରମ ହେବା ପରେ ଏହାର ଏକ ପେଷ୍ଟ ପ୍ରସ୍ତୁତ କରିବେ । ପ୍ରଥମେ ମୁହଁରୁ ମେକ୍‌ଅପ୍‌ ସଫା କରନ୍ତୁ । ତାପରେ ଏହି ପେଷ୍ଟକୁ ଲଗାନ୍ତୁ । ଲଗାଇବା ପରେ ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ଦୁଇ ଆଙ୍ଗୁଠି ସାହାଯ୍ୟରେ ମାଲିସ କରନ୍ତୁ । ମାଲିସ କରିବା ପରେ ୨ ମିନିଟ ଛାଡ଼ିଦିଅନ୍ତୁ । ଏହାପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏବେ ଆପଣ ଫରକ ଜାଣିପାରିବେ । ଓଟ୍ସ ଏବଂ କ୍ଷୀର ତ୍ୱଚାକୁ ପୋଷଣ ଦେବାରେ ସହାୟକ କରିଥାଏ । ସପ୍ତାହକୁ ଏହାକୁ ୨ ଥର ପ୍ରୟୋଗ କଲେ ଆପଣଙ୍କ ତ୍ୱଚାର ନମନୀୟତା ଏବଂ ଉଜ୍ୱଳତା ଫେରିପାଇବେ ।

Launching Ceremony of “AYUSHMAN BHARAT

Comments are closed.