ହରର୍‌ ଫିଲ୍ମ ‘ଛୋରୀ’ରେ ନୁସରତ

ମୁମ୍ବାଇ: ବେଶ୍‌ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଅପକମିଂ ହର୍‌ର ଡ୍ରାମା ଫିଲ୍ମ ‘ଛୋରୀ’ ଚର୍ଚ୍ଚାରେ ରହିଛି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ କରାଯାଇଛି, ଯାହାକୁ ଦର୍ଶକମାନେ ଏବଂ ଅଭିନେତ୍ରୀଙ୍କ ଫ୍ୟାନମାନେ ବହୁତ ପସନ୍ଦ କରିଛନ୍ତି । ଫିଲ୍ମରେ ନୁସରତ ଜଣେ ଗର୍ଭବତୀ ମହିଳାଙ୍କ ଭୂମିକାରେ ଅଭିନୟ କରି ଏକଦମ ନୂଆ ଅବତାରରେ ନଜର ଆସୁଛନ୍ତି ।
ହରର୍‌ ଫିଲ୍ମ ‘ଛୋରୀ’ରେ ନୁସରତ
ପ୍ରେଗନେଟ୍‌ ମହିଳାଙ୍କ ଚରିତ୍ରକୁ ପରଦାରେ ସଫଳ ଭାବେ ପ୍ରଦର୍ଶିତ କରିବା ପାଇଁ ନୁସରତ କଠିନ ପରିଶ୍ରମ କରିଛନ୍ତି । ସୂଚନା ଅନୁଯାୟୀ, ଫିଲ୍ମର ଲିଡ୍‌ ରୋଲ୍‌ରେ ଥିବା ନୁସରତ ସୁଟିଂ ବହୁ ଦିନ ପୂର୍ବରୁ ହିଁ ପ୍ରେଗନେଟ୍‌ ବଡି ସୁଟ୍‌ ପିନ୍ଧିବା ଆରମ୍ଭ କରିଦେଇଥିଲେ । ପରଦାରେ ମାଆ ଚରିତ୍ରକୁ ଅକ୍ଷୂର୍ଣ୍ଣ ଭାବେ ଅବତୀର୍ଣ୍ଣ କରିବା ପାଇଁ ସେ ସୁଟିଂର ୨୫ ଦିନ ପୂର୍ବରୁ ଏହି ବଡି ସୁଟ୍‌ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ହରର୍‌ ଫିଲ୍ମ ‘ଛୋରୀ’ରେ ନୁସରତ
ବିଶାଳ ଫୁରିଆ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରସିଦ୍ଧ ମରାଠୀ ଫିଲ୍ମ ‘ଲପାଛାପୀ’ର ରିମେକ୍‌ । ଏଥିରେ ନୁସରତଙ୍କ ବ୍ୟତୀତ ମୀତା ବଶିଷ୍ଠ, ରାଜେଶ ଜାୟସ, ୟାନିଆ ଭରଦ୍ୱାଜ ଏବଂ ସୌରଭ ଗୋଏଲ ଅଭିନୟ କରିଛନ୍ତି । ରିଲିଜ୍‌ ଟ୍ରେଲରେ ସାକ୍ଷୀ (ନୁସରତ) ୮ ମାସର ଗର୍ଭବତୀ ଥିବା ଅବସ୍ଥାରେ ଏକ ଗାଁରେ ପହଞ୍ଚୁଛି ।
ହରର୍‌ ଫିଲ୍ମ ‘ଛୋରୀ’ରେ ନୁସରତ
ଗାଁରେ ଥିବା ଏକ ଡାହାଣୀ ସହ ତାଙ୍କର ସାମ୍ନା ହେଉଥିବା ଦେଖିବାକୁ ମିଳିଛି । ଏଥିସହ ଟ୍ରେଲରରେ ମୀତା ବଶିଷ୍ଠ ଏକ ରହସ୍ୟମୟୀ ଚରିତ୍ରରେ ନଜର ଆସୁଛନ୍ତି । ନଭେମ୍ବର ୨୬କୁ ଆମାଜନ ପ୍ରାଇମ ସହ ଦେଶ ଓ ବିଦେଶର ସିନେମା ଘରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ବ୍ୟତୀତ ନୁସରତଙ୍କ ହାତରେ ଏବେ ହୁଡଦଙ୍ଗ, ଜନହିତ ମେଁ ଜାରି ଏବଂ ରାମସେତୁ ଫିଲ୍ମ ରହିଛି ।

Launching Ceremony of “AYUSHMAN BHARAT

Comments are closed.