ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ ହସ୍ପିଟାଲରେ ନର୍ସିଂ ଅଫିସର ଗିରଫ। ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣାରେ ନର୍ସିଂ ଅଫିସର ନାନୁରାମ ଚୌଧୁରୀକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରି ଏମ୍ସ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥିଲେ ଠିକା କର୍ମଚାରୀ ସଂଘ ।
ଘଟନାନୁସାରେ,ରବିବାର ରାତିରେ ପୀଡିତା ଡିୟୁଟିରେ ଥିବାବେଳେ ଅଭିଯୁକ୍ତ ନର୍ସିଂ ଷ୍ଟାଫ ରୁମ୍ ରେ ଭିତରୁ କବାଟ ବନ୍ଦ କରି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ପୀଡିତା । ଜୀବନ ବିକଳରେ କବାଟ ଖୋଲି ପଳେଇ ଆସିଲେ ଯୁବତୀ । ଗତକାଲି ସକାଳୁ ଅଭିଯୋଗ ଆଣିବା ପରେ ବି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ଏମ୍ସ । ଶେଷରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ ପୋଲିସ କାର୍ଯ୍ଯାନୁଷ୍ଠାନ ନନେବାରୁ ଧାରଣା ଦେଇଥିଲେ କର୍ମଚାରୀ । ଶେଷରେ ପୋଲିସ ଅଭିଯୁକ୍ତ ନର୍ସିଂ ଅଫିସରକୁ ଗିରଫ କରିଛି।