ନୂଆପଡା ଉପନିର୍ବାଚନ,ଆଜି ନାମାଙ୍କନ ଦାଖଲ ବିଜେପି ଓ କଂଗ୍ରେସ ର ୨ ହେଭିୱେଟ

0

ନୂଆପଡା : ଉପ ନିର୍ବାଚନ ପାଇଁ କମ୍ପୁଛି ନୂଆପଡା ରାଜନୀତି ମୈଦାନ। ଆଜି ନାମାଙ୍କନ ଭରିବେ ଦୁଇ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ​​​​​​​ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଦୁଇ ନେତା ପ୍ରାର୍ଥୀପତ୍ର ଦାଖଲ କଲା ବେଳେ ଶକ୍ତି ପ୍ରଦର୍ଶନ କରିବେ । ବରିଷ୍ଠ ମନ୍ତ୍ରୀ,ବିଧାୟକ ଏବଂ ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢେଲକିଆ । ଗତ ୧୬ରେ ଜୟ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି କୁହାଯାଇଥିଲା, ହେଲେ ଶୁଭମୁହୂର୍ତ୍ତ ନଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ସେପଟେ ଘାସିରାମ ମାଝୀଙ୍କ ନାମାଙ୍କନ ଦାଖଲ ବେଳେ ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ନୂଆପଡା ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.