ଦିଲ୍ଲୀ: ଫେବୃଆରୀ ୧୭: ଦୁîଇ ଚକିଆ ଯାନରେ ଏବେ ଚାରି ବର୍ଷର ପିଲାଙ୍କ ପାଇଁ ହେଲ୍ମେଟ୍ ଓ ସେଫ୍ଟି ସିଟ୍ ବେଲ୍ଟ ବାଧ୍ୟତାମୂଳତା ହେବ । କେନ୍ଦ୍ର ସରକାରଙ୍କ ତରଫରୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏହି ବିଜ୍ଞପ୍ତି ଜାରି କରିଛି । ଏହାସହିତ ବାଇକ୍ ଓ ସ୍କୁଟିରେ ବସିଥିବା ପିଲାଙ୍କ ପାଇଁ ‘ସେଫ୍ଟି ହାର୍ନେସ୍’ ଜରୁରୀ ରହିବ । ପିଲାମାନଙ୍କୁ କେବଳ କ୍ରଶ୍ ହେଲ୍ମେଟ୍ ପିନ୍ଧାଇବା ବାଧ୍ୟତାମୂଳକ ହେବ । ସେହିପରି ପିଲାଙ୍କୁ ବସି ଗାଡି ଚଳାଇବା ବେଳେ ଗାଡିର ବେଗ ଘଣ୍ଟା ପ୍ରତି ୪୦ରୁ ଅଧିକ ରହିବା ଉଚିତ୍ ନୁହେଁ । ତେବେ ଏହି ନୂଆ ନିୟମ ଆସନ୍ତା ବର୍ଷ ଫେବୃଆରେ ୧୫ରୁ ଲାଗୁ ହେବ ବୋଲି ମନ୍ତ୍ରାଳୟ ବିଜ୍ଞପ୍ତିରେ ପ୍ରକାଶ କରିଛି ।
ଗଲାବର୍ଷ ଅକ୍ଟୋବର ମାସରେ ମନ୍ତ୍ରାଳୟ ଏନେଇ ଏକ ଡ୍ରାଫଫ ନୋଟିଫିକେସନ୍ ଜାରି କରି ନିୟମକୁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲା । ଭାରି ଯାନଗୁଡ଼ିକରେ ଟ୍ରାକି ସିଷ୍ଟମ ଲଗାଇବା ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ନିୟମ ଅନୁଯାୟୀ, ପିଲାମାନଙ୍କ ସେଫ୍ଟି ବେଲ୍ଟ୍ଟି ୩୦ କିଲୋ ଯାଏଁ ଓଜନ ସମ୍ଭାଳି ପାରୁଥିବା ଉଚିତ୍ । ଏଥିସହ ଏହା ନାଇଲନ୍ ତଥା ପର୍ଯ୍ୟାପ୍ତ କୁଶନିଂ ଯୁକ୍ତ ଫମ୍ ଓ ନରମଦାୟକ ହେବ ସହ ମଲଫି ଫିଲମେଣ୍ଟରେ ତିଆରି ହେବା ଉଚିତ୍ । ବେଲ୍ଟଟି ପୂରାପୁରି ୱାଟରଫ୍ରୁପ୍ ମଧ୍ୟ ଥିବା ଉଚିତ୍ । ଏହି ସେଫ୍ଟି ବେଲ୍ଟଟି ଏକ ପ୍ରକାରର ସେଫ୍ଟି ଜ୍ୟାକେଟ୍ ଭଳି ହୋଇଥାଏ ।

Comments are closed.