ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ କୁଖ୍ୟାତ ବନ୍ଧୁକ ବେପାରୀ । କୁଖ୍ୟାତ ଚୋରା ବନ୍ଧୁକ ବେପାରୀ ଶେଖ ନଦୀମ ଗିରଫ । ନଦୀମଙ୍କ ଠାରୁ ଜବତ ହେଲା ୧୦ଟି ସେମି ଅଟୋମେଟିକ ବନ୍ଧୁକ , ୧୮ଟି ଜୀବନ୍ତ ଗୁଳି ଓ ୧୦ଟି ମାଗାଜିନ । ତାସହ ଗୋଟିଏ ମୋବାଇଲ ଫୋନ୍ ଓ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି। ବନ୍ଧୁକ ବେପାର ପାଇଁ ଜଗିଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଧଉଳି ନିକଟରୁ ତାକୁ ଗିରଫ କରିଛି କମିଶନରେଟ ପୋଲିସ ।
ଜଗତସିଂହପୁର ଜିଲ୍ଲା କୃଷ୍ଣନନ୍ଦପୁର ଥାନା ଅଧୀନ ଇଟାଟିକିରି ଗାଁର ଶେଖ୍ ହାକିମଙ୍କ ପୁଅ ଶେଖ୍ ନଦିମଙ୍କୁ ଗିରଫ କରାଯାଇଛି । ୨୦୧୫ରେ ଏନକାଉଣ୍ଟରର ଶିକାର ହୋଇଥିଲା। ଅବୈଧ ଅସ୍ତ୍ର ବ୍ୟବସାୟକୁ ଲକ୍ଷ୍ୟ କରି ଏକ ସରଭିଲାନ୍ସ ଅପରେସନ୍ କରିଥିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ।
ଶେଖ୍ ନଦିମ ଦୀର୍ଘ ୧ ମାସ ଧରି ନିରୀକ୍ଷଣ ଅଧୀନରେ ଥିଲା । ସ୍ଥାନୀୟ ବ୍ୟବସାୟୀଙ୍କୁ ଆଧୁନିକ ଅସ୍ତ୍ର ବିକ୍ରି କରିବା ପାଇଁ ପ୍ରୟାସ କରୁଥିଲେ। ଶେଖ୍ ନଦିମ ୫ଟି ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡିତ ଥିବା ମଧ୍ୟ ପ୍ରାଥମିକ ଭାବେ ଚିହ୍ନଟ ହୋଇଛି । ଯାହାର ସତ୍ୟତା ଯାଞ୍ଚ ଚାଲିଛି।

Comments are closed.