‘ୟୁପି ମେଁ କା ବା’ ଲୋକ ସଂଗୀତ କଳାକାର ନେହା ସିଂ ରାଠୋରଙ୍କୁ ନୋଟିସ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲୋକ ସଂଗୀତ ଗାୟିକା ନେହା ସିଂ ରାଠୋରଙ୍କ ପାଇଁ ବଢିଛି ଅଡୁଆ I ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ପୋଲିସ ତାଙ୍କ ଘରକୁ ନୋଟିସ ପଠାଇଛି । ନୋଟିସରେ ସାତୋଟି ପ୍ରଶ୍ନର ଉତ୍ତର ଖୋଜାଯାଇଛି। ପୋଲିସ ଏକ ନୋଟିସ ଦେଇଛି, ଯାହାର ଭିଡିଓ ମଧ୍ୟ ନେହା ସିଂ ରାଠୋର ଟ୍ୱିଟରରେ ସେୟାର କରିଛନ୍ତି। ଏହି ଭିଡିଓରେ ତାଙ୍କ ସ୍ୱାମୀ ମଧ୍ୟ ଏକାଠି ନଜର ଆସିଛନ୍ତି।

ସୂଚନାନୁସାରେ ନିର୍ବାଚନ ପୂର୍ବରୁ ନେହା ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ‘ୟୁପି ମେଁ କା ବା’ ଗୀତଗାଇ ଚର୍ଚ୍ଚାକୁ ଆସିଥିଲେ। ସେହିପରି ବର୍ତମାନ ନେହା କାନପୁରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିବା ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବିଦ୍ରୂପ କରି ବ୍ୟାଙ୍ଗାତ୍ମକ ଗୀତ ଗାଇଛନ୍ତି I ଏହି ଗୀତ ଜରିଆରେ କାନପୁରରେ ହୋଇଥିବା ବୁଲଡୋଜର ଆକ୍ସନ ଓ ଏଥିରେ ମା’-ଝିଅ ଜଳି ମରିଥିବା କାଣ୍ଡକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଗୀତଟି ସମାଜରେ ଅସହାବସ୍ଥାନ ଓ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରୁଛି କହି ଉତ୍ତର ପ୍ରଦେଶ ପୁଲିସ ଗାୟିକାଙ୍କ ଦୁଆରେ ହାଜର ହୋଇଥିଲା। ଏ ଗୀତ ଓ ଏହାର ପ୍ରଯୋଜନା ବିଷୟକୁ ଆଧାର କରି ରାଠୋର୍‌ଙ୍କୁ ଗୁଡ଼ାଏ ପ୍ରଶ୍ନ ପଚରାଯାଇଛି ଏବଂ ସେ ସବୁର ଉତ୍ତର ଦେବାକୁ ତାଙ୍କୁ ୩ ଦିନ ସମୟ ଦିଆଯାଇଛି।

ସେପଟେ ନେହାଙ୍କ ଗୀତକୁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ତରଫରୁ ବିରୋଧ କରାଯାଇଛି। ନେହା ତାଙ୍କର ଏହି ଗୀତରେ ବିଶ୍ୱବିଦ୍ୟାଳୟର ରାଜନୀତିକୁ ନେଇ ଟାର୍ଗେଟ୍ କରିଥିଲେ। ଏହାକୁ ସେଠିକାର ଛାତ୍ରଛାତ୍ରୀମାନେ ଘୋର ବିରୋଧ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.